ଭୁବନେଶ୍ୱର ନଗର ନିଗମର ନିଷ୍ପତି, ଏଣିକି ଖୋଲାରେ ମଳତ୍ୟାଗ କଲେ ଦେବାକୁ ହେବ ଜୋରିମାନା ।

56

ଏଣିକି ରାଜଧାନୀରେ ଖୋଲାରେ ମଳତ୍ୟାଗ କରିଲେ ୫୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଖୋଲାରେ ମଳତ୍ୟାଗ କରୁଥିବା ଲୋକମାନଙ୍କ ଅଭ୍ୟାସକୁ ଦୁର କରିବା ପାଇଁ ବିଏମସି ଏପରି ଏକ ପଦକ୍ଷପ ନେଇଛି । ପରିବେଶକୁ ସୁରକ୍ଷିତ ରଖିବା ସହ ଖୋଲାରେ ମଳତ୍ୟାଗ କରିବା ଦ୍ୱାରା କେଉଁଭଳି ଭାବରେ ପରିବେଶ ଉପରେ କୁପ୍ରଭାବ ପଡୁଛି ସେ ସମ୍ଫର୍କରେ ଲୋକମାନଙ୍କୁ ଅବଗତ କରାଇହେବ । ଖୋଲାରେ ମଳତ୍ୟାଗ କରୁଥିବା ଲୋକଙ୍କ ଉପରେ ୱାର୍ଡ ସନିଟେଶନ କର୍ମଚାରୀ, ୱାର୍ଡ ପରିମଳ କମିଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠି ଏହା ଉପରେ ନଜର ରଖିବେ । ଯଦି କୌଣସି ବ୍ୟକ୍ତି ଖୋଲାରେ ମଳତ୍ୟାଗ କରୁଥିବାର ନଜର ଆସିବେ ତେବେ ତାଙ୍କ ଠାରୁ ୫୦ ଟଙ୍କା ଜୋରିମାନା ଆଦାୟ କରିବେ ବୋଲି ବିଏମସି କର୍ପୋରେସନ ବୈଠକରେ ଏହି ନିଷ୍ପତି ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ କି, କିଛି ଦିନ ପୂର୍ବରୁ ମୁମ୍ବାଇରେ ମଧ୍ୟ ପରିବେଶର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ମୁମ୍ବାଇ ନଗର ନିଗମ ଏପରି କିଛି ନିଷ୍ପତି ଗ୍ରହଣ କରିଥିଲା । ଏହି ନିଷ୍ପତି ଅନୁଯାୟୀ, ମହାରଷ୍ଟ୍ରରେ ଯଦି କୌଣସି ବ୍ୟକ୍ତି ଖୋଲାରେ ମଳତ୍ୟାଗ କରିବେ ତେବେ ତାଙ୍କ ଉପରେ ୫୦୦ ଟଙ୍କା ଜୋରିମାନା ଲଗାଇବାର ପ୍ରବନ୍ଧନ କରାଯାଇଥିଲା । ଏବେ ଭାରତରେ ଏହି ନିୟମ ଲାଗୁ କରାଗଲା ।