ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଲମ୍ବା ଲାଇନ । ତାଲା ବନ୍ଦ ବେଳେ ଜରୁରୀ କାମରେ ବାହାରକୁ ବାହାରିଲେ ପାସ୍ ବାଧ୍ୟତାମୂଳକ ଥିବାରୁ ଭିଡ ଲଗାଇଛନ୍ତି ଲୋକେ । ଚନ୍ଦ୍ରଶେଖରପୁର ଥାନାରୁ ଆସିଲା ଭିଡର ଚିତ୍ର

3,199

କନକ ବ୍ୟୁରୋ: ପାସ୍ ପାଇଁ ପ୍ରବଳ ଭିଡ । ଗାଡି ପାସ୍ ନେବାକୁ ଥାନାରେ ଲାଗିଛି ଲମ୍ବା ଲାଇନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଲୋକେ ଭିଡ ଲଗାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଗୋଟେ ପଟେ ସାମାଜିକ ଦୂରତା ପାଇଁ ବାରମ୍ବାର କୁହାଯାଉଥିବା ବେଳେ ଭିଡକୁ ନଆସିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ଆଉ ଏତିକି ବେଳେ ଗାଡି ପାସ୍ ପାଇଁ ଥାନାରେ ଲୋକଙ୍କ ଭିଡର ଚିତ୍ର ସାମ୍ନାକୁ ଆସିଛି ।

ତେବେ ଆପଣଙ୍କୁ ଗାଡି ନେଇ ବାହାରକୁ ଯିବାକୁ ହେଲେ ଦରକାର ପଡିବ ଅନୁମତି । ଆଉ ଏ ଅନୁମତି ପାଇଁ ପାସର ବ୍ୟବସ୍ଥା କରିଛି ପୁଲିସ । ତାଲା ବନ୍ଦ ସମୟରେ ଯଦି ଆପଣ ଅତି ଆବଶ୍ୟକ କାମ ଘରୁ ବାହାରୁଛନ୍ତି ତାହା ହେଲେ ଆପଣ ପାସ କରିବା ବାଧ୍ୟତାମୂଳକ । ଆସନ୍ତାକାଲି ସୁଦ୍ଧା ପାସ୍ କଲେ ପରଦିନ ଅର୍ଥାତ୍ ବୁଧବାର ଠାରୁ ତାଲା ବନ୍ଦ ସମୟରେ ଗାଡି ଚଳାଇ ପାରିବେ । ଆଉ ପାସ୍ ନଥିଲେ କିମ୍ବା ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସକାଳେ ପୋଲିସ କମିଶନର କହିଥିଲେ । ତେବେ ଗାଡି ପାସ୍ ଥାନାରୁ ଆଣିବା ପାଇଁ ସିପି କହିବା ପରେ ଲୋକେ ଲମ୍ବା ଲାଇନ ଲଗାଇଛନ୍ତି ।

ଟ୍ୱିନ୍ ସିଟିରେ ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ

#ଖବର_ପରେ_ଥାନାରେ_ବଢିଲାଣି_ଭିଡଟ୍ୱିନ୍ ସିଟିରେ ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ । ପାସ ପାଇବା ପାଇଁ ଥାନାଗୁଡିକରେ ଲାଗିଲା ଲମ୍ବା ଲାଇନ#CoronaVirus #CoronaUpdate #Odisha Commissionerate Police Bhubaneswarcuttack #Bhubaneswar

Posted by Kanak News on Monday, March 23, 2020