ରକ୍ତ ଚିହ୍ନେନା ହିନ୍ଦୁ ମୁସଲିମ୍ ! ଭାଇଚାରାର ବାର୍ତା ଦେବା ପାଇଁ କଟକରେ ନିଆରା ସର୍ବଧର୍ମ ରକ୍ତଦାନ ଶିବିର

57

କନକ ବ୍ୟୁରୋ : ରକ୍ତ ଚିହ୍ନେନା ହିନ୍ଦୁ ମୁସଲିମ୍ । ହେଲେ ଭଦ୍ରକରେ ଘଟିଯାଇଥିବା ସାଂପ୍ରଦାୟିକ ହିଂସାରେ ହିନ୍ଦୁ ମୁସଲିମ୍ ପାଲଟି ଗଲେ ପରସ୍ପରର ଶତ୍ରୁ । ଏହି ଦଂଗା ଘଟଣାକୁ ଏକ ଭାଇଚାରାର ବାର୍ତା ଦେବାକୁ ଯାଇ ଆଜି କଟକ ସହର ଷ୍ଟୁଆର୍ଟ ସ୍କୁଲରେ ନିଆରା ଢଂଗରେ ସର୍ବଧର୍ମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଭଦ୍ରକ ଦଂଗା କ୍ଷତିଗ୍ରସ୍ତ ଅଂଚଳର କିଛି ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଧର୍ମର ଲୋକେ ରକ୍ତଦାନରେ ସାମିଲ ହୋଇଛନ୍ତି ।

ଓଡିଆ ନବବର୍ଷ ମହୋତ୍ସବ କମିଟି ପକ୍ଷରୁ ଆଜି କଟକ ନିଓ ଷ୍ଟୁଆର୍ଟ ସ୍କୁଲ ଠାରେ ଆୟୋଜିତ ଏହି ସର୍ବଧର୍ମ ରକ୍ତଦାନ ଶିବିରକୁ ସହଯୋଗର ହାତ ବଢାଇଥିଲା ସମ୍ବାଦ ଆମ ଓଡିଶା । ଆଜି ରକ୍ତଦାନ କାର୍ଯ୍ୟକ୍ରମରେ ସମ୍ବାଦ ଓ ଆମ ଓଡିଶା ଅଧ୍ୟକ୍ଷ ସୈାମ୍ୟ ରଂଜନ ପଟ୍ଟନାୟକ ଯୋଗ ଦେଇଥିଲେ ।

ଏହି ଅବସରରେ ସୌମ୍ୟ ରଂଜନ ପଟ୍ଟନାୟକ କହିଛନ୍ତି ରାଜ୍ୟରେ ସାଂପ୍ରତିକ ପରିସ୍ଥିତିରେ ଏଭଳି ନିଆରା ଢଙ୍ଗରେ ରକ୍ତଦାନ ଶିବିର ବେଶ୍ ସ୍ୱାଗତଯୋଗ୍ୟ । ଝଭଳି ଆୟୋଜନ ସମସ୍ତଙ୍କୁ ଚେତାଇ ଦେବ କି ଜାତିଗତ ଭେଦଭାବ କେବ ମଧ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-