ଏନଟିପିସି ପାୱାର ପ୍ରୋଜେକ୍ଟ ଯୋଗୁଁ ଦୁର୍ବିସହ ଗାଁ ଲୋକଙ୍କ ଜୀବନ ! ୨୫ଟି ପରିବାର ସମସ୍ୟା ଘେରରେ

31

କନକ ବ୍ୟୁରୋ :  ଜୋରସୋରରେ ଚାଲିଛି ସୁନ୍ଦରଗଡ ଦର୍ଲିପାଲି ସ୍ଥିତି ଏନଟିପିସି ପାୱାର ପ୍ରୋଜେକ୍ଟର ଆସପଣ୍ଡ କାର୍ଯ୍ୟ । ଏହି ଆସପଣ୍ଡ ମଝିରେ ରହିଯାଇଛି ଛୁଆଲିବେର୍ଣ୍ଣା ଗାଁର ୨୫ଟି ପରିବାର । ଗାଁରେ ସ୍କୁଲ ଅଛି,ଅଙ୍ଗନବାଡି ଅଛି । ଆସପଣ୍ଡ ନିର୍ମାଣ ଚାଲିଥିବା ଯୋଗୁଁ ଦିନରାତି ଏହି ଗାଁ ଦେଇ ଶହ ଶହ ଗାଡି ମଟର ଯାତାୟାତ କରୁଛି । ଗୋଟେ ପଟେ ଧୂଳିଧୂଆଁ ଅନ୍ୟପଟେ ପ୍ରଚଣ୍ଡ ଶବ୍ଦଯୋଗୁଁ ଗାଁଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ଏଯାଏଁ ଏହି ୨୫ଟି ପରିବାରକୁ ବିସ୍ଥାପିତ କରାଯାଇନାହିଁ ।

ବିସ୍ଥାପିତ ପାଇଁ ଗାଁ ଲୋକ ବାରମ୍ବାର ଦାବି କରୁଥିଲେ ମଧ୍ୟ କେହି ଏଥିପ୍ରତି ଶୁଣୁନାହାଁନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ଯଦି ଗ୍ରାମବାସୀ ଏନେଇ ଅଭିଯୋଗ କରନ୍ତି ତେବେ ଅନୁଧ୍ୟାନକୁ ନିଆଯିବ ।