ଜାତୀୟ ରାଜପଥର ପ୍ରଶସ୍ତିକରଣ ସମୟରେ ଚଣ୍ଡିଖୋଲ ବଜାରରେ ଟ୍ରାଫିକ୍ ସମସ୍ୟା

25

କନକ ବ୍ୟୁରୋ : ଜାତୀୟ ରାଜପଥର ପ୍ରଶସ୍ତିକରଣ ସମୟରେ ଚଣ୍ଡିଖୋଲ ବଜାରରେ ଦେଖା ଦେଇଛି ଟ୍ରାଫିକ ସମସ୍ୟା । ବ୍ୟବସାୟୀଙ୍କ ଥଇଥାନ ପାଇଁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାଶ ଏହାର ଅନୁଧ୍ୟାନ କରିଛନ୍ତିି । ରାସ୍ତା ପ୍ରଶସ୍ତିକରଣ ହେଉଥିବାରୁ ଚଣ୍ଡିଖୋଲ ବଜାରର ଶତାଧିକ ଉଠା ବ୍ୟବସାୟୀମାନେ ରାସ୍ତା ଉପରେ ବସି ବ୍ୟବସାୟ କରିବାରୁ ବହୁ ସମସ୍ୟା ଦେଖା ଦେଇଛି ।

ଏଥିପାଇଁ ଜିଲ୍ଲପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲାପାଳ ଏହି ସବୁ ସମସ୍ୟାକୁ ଅନୁଧ୍ୟାନ କରିବା ପରେ ଟ୍ରାଫିକ ସମସ୍ୟାକୁ ସରଳୀକରଣ କରିବା ପାଇଁ, ବ୍ୟବସାୟୀଙ୍କ ନିମନ୍ତେ ଅନ୍ୟତ୍ର ଏକ ସ୍ଥାୟୀ ଭେଣ୍ଡିଂ ଜୋନ୍ ନିର୍ମାଣ କରି ସେମାନଙ୍କ ଥଇଥାନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ଦେଖନ୍ତୁ ଏହି ଭିଡିଓ –