ପୁଣି ତେଜିଲା ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବି! ଏକାଠି ହେଲେ ୧୦୮ଟି ପଞ୍ଚାୟତର ଲୋକ

29

କନକ ବ୍ୟୁରୋ : ପୁଣି ତେଜିଲା ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବି । ଦାବିକୁ ଶାଣିତ କରିବା ପାଇଁ ବଲାଙ୍ଗିରରେ ବସିଥିଲା କୋଶଳ ମହାପଂଚାୟତ । ୧୦୮ଟି ପଂଚାୟତର ଲୋକ ମହାମେଳି କରିଛନ୍ତି । ସ୍ୱତନ୍ତ୍ର ଜମ୍ମୁ ପ୍ରଦେଶ ଆନ୍ଦୋଳନର ସଭାପତିଙ୍କ ସହ ତେଲେଙ୍ଗାନା ରାଜ୍ୟର ନେତା ଏଥିରେ ସାମିଲ ହୋଇ ଲୋକଙ୍କ କୋସଲ ରାଜ୍ୟ ଦାବିରେ ସ୍ୱର ମିଳାଇଛନ୍ତି ।

ପୁଣି ତେଜିଛି ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀ । ଅନେକ ଥର ଆନ୍ଦୋଳନକୁ ଓହ୍ଲାଇଥିବା ଲୋକେ ନିଜର ସ୍ୱର ଶାଣିତ କରିବା ପାଇଁ ବଲାଙ୍ଗୀରରେ ଏକାଠି ହୋଇଛନ୍ତି । କୋଶଳ ସମନ୍ୱୟ ସମିତି ଦ୍ୱାରା ଆୟୋଜିତ ମହାପଂଚାୟତରେ ଜିଲ୍ଲାର ୧୦୮ଟି ପଂଚାୟତର ଲୋକେ ସାମିଲ ହୋଇଛନ୍ତି । ଭାଷା, ଦୂରତା ଓ ଅନ୍ୟାନ୍ୟ ସବୁ ଦୃଷ୍ଟିରୁ ସରକାର ସ୍ୱତନ୍ତ୍ର କୋସଲ ରାଜ୍ୟ ଦାବୀକୁ ମାନି, ପଦକ୍ଷେପ ନେବାକୁ ଦାବି ଜୋର ଧରିଛି । ସରକାର ଦାବି ନମାନିଲେ ଆଗାମୀ ଦିନରେ ଗ୍ରାମାଂଚଳରୁ ଆନ୍ଦୋଳନ ଆରମ୍ଭ ହୋଇ ସରକାରୀ କଳକୁ ଅଚଳ କରିଦିଆ ଯିବବୋଲି ଚେତାବନୀ ଦେଇଛି କୋସଲ ସମନ୍ୱୟ ସମିତି ।

ବଲାଙ୍ଗୀର ମହାପଂଚାୟତରେ ସାମିଲ ହୋଇଥିଲେ ସ୍ୱତନ୍ତ୍ର ଜମ୍ମୁ ରାଜ୍ୟ ଦାବୀ କରୁଥିବା ଜମ୍ମୁ ଦିଲ୍ଲୀ ସଂଗଠନର ସଭାପତି ରାଜୀବ ଖୋସଲା । ଏହିପରି କୋସଲ ଆନ୍ଦୋଳନ ସହ ଆରମ୍ଭରୁ ଜଡିତ ଥିବା ତେଲେଙ୍ଗାନ ରାଜ୍ୟର କିଛି ସଂଗ୍ରାମୀ ସଂଘର ସଭାପତିଙ୍କ ମଧ୍ୟ ଏହି ମହାମେଳିରେ ଦେଖିବାକୁ ମିଳିଥିଲା । ଲୋକଙ୍କ ଦାବୀ ନ୍ୟାର୍ଯ୍ୟ ଅଟେ ଓ କେନ୍ଦ୍ର ସରକାର ଏହାକୁ ମାନି ଅଲଗା କୋସଲ ରାଜ୍ୟ ଗଠନ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।