ସୁଧୁରୁନି ଗାଁର ଅବସ୍ଥା ! ଆଜିବି କେଉଁଠି ପାଣି ପାଇଁ ସଂଘର୍ଷ ଚାଲିଛି ତ ଆଉ କେଉଁଠି ଗାଁକୁ ରାସ୍ତା ନାହିଁ ।

41

କନକ ବ୍ୟୁରୋ : ସୁଧୁରୁନି ଗାଁର ଅବସ୍ଥା । ଏବେ ବି ମୌଳିକ ସୁବିଧାରୁ ବଂଚିତ ଅନେକ ଗାଁ । କେଉଁଠି ପିିଇବା ପାଣି ମୁନ୍ଦେ ପାଇଁ ସଂଘର୍ଷ ଚାଲିଛି ତ ଆଉ କେଉଁଠି ଗାଁ ଅଛି ହେଲେ ଗାଁକୁ ସରକାରୀ ରାସ୍ତା ନାହିଁ । ଘରୋଇ ଜାଗାରେ ଅତି ଦୟନୀୟ ଅବସ୍ଥାରେ ଚାଲୁଛନ୍ତି ଗ୍ରାମବାସୀ । କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ବସିଛି ପ୍ରଶାସନ ।

ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଅଶେଇଁକଳା ମୁଣ୍ଡାସାହିର । ପିଇବା ପାଣି ମୁନ୍ଦେ ପାଇଁ ଧାଡି ଲଗାଇ ରହୁଛନ୍ତି ଗ୍ରାମବାସୀ । ବିଲ ଭିତରୁ ସଂଗ୍ରହ କରୁଛନ୍ତି ପାଣି । ସେହିପରି ଗାଁ ରାତି ହେଲେ ଲୋକଙ୍କୁ ଘାରୁଛି ଅନ୍ଧାରର ଭୟ । ଗାଁରେ ବିଦ୍ୟୁତ୍ ଖୁଂଟ ପଡିଛି ହେଲେ କୌଣସି ଘରକୁ ସଂଯୋଗ ଦିଆଯାଇନି । ସେପଟେ ହାତୀ ଉପଦ୍ରବ ଲୋକଙ୍କ ଭୟକୁ ଆହୁରି ବଢ଼ାଇଦେଇଛି । ତେବେ ଖୁବ୍ ଶୀଘ୍ର ଗ୍ରାମବାସୀଙ୍କୁ ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ।

କେବଳ କେନ୍ଦୁଝର ଜିଲ୍ଲା ନୁହେଁ ଯାଜପୁର ଜିଲ୍ଲାର ଗାଁରେ ମଧ୍ୟ ପହଁଚିପାରିନି ବିକାଶ । ଯାଜପୁର ବ୍ଲକ ଏରବାଙ୍କ ପଂଚାୟତ ନୌପଡା ଗାଁ  । ଗାଁ ଅଛି ହେଲେ ଗାଁକୁ ନାହିଁ ରାସ୍ତା । ଗାଁକୁ ଯାଇଥିବା ରାସ୍ତା ସରକାରୀ ଖାତାରେ ନାହିଁ ଯାହା ପଂଳରେ ଅର୍ଥ ଥାଇ ମଧ୍ୟ ନିର୍ମାଣ ହୋଇପାରୁନି ସରକାରୀ ରାସ୍ତା । ଯାହାର ପଂଳ ଭୋଗୁଛନ୍ତି ଗ୍ରାମବାସୀ । ବର୍ଷର ଅନ୍ୟଦିନ ମାନଙ୍କରେ ଲୋକମାନେ ଯେମିତି ହେଲେ ଚଳିଯାଆନ୍ତି  । କିନ୍ତୁ ବର୍ଷା ଦିନ ହେଲେ ଗାଁକୁ ଗଡେନା ଗାଡି । ସ୍କୁଲ ପିଲା ବହୁ କଷ୍ଟରେ କାଦୁଅରେ ପଶି ସ୍କୁଲ ଯାଆନ୍ତି । ଆମ୍ବୁଲାନ୍ସ ଗାଁକୁ ନ ପଶି ଗାଁ ମୁଣ୍ଡରେ ରୁହେ । ଫଳରେ ରୋଗୀକୁ ଭାର କରି ବୋହିବାକୁ ପଡେ । ଗାଁର ଏପରି ସ୍ଥିତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ  । ସେପଟେ ଏହି ସମସ୍ୟା ସଂପର୍କରେ ଅବଗତ ଅଛନ୍ତି ଓ ବେସରକାରୀ ଜମି ପାଇଁ ରାସ୍ତା ନିର୍ମାଣ ହୋଇପାରୁନଥିବା କହିଛନ୍ତି ଯାଜପୁର ବିଡିଓ । ଖୁବଶିଘ୍ର ସମାଧାନ ହେବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଗଛିତ ରହିଛି କୋଟି କୋଟି ଟଙ୍କାର ଖଣିଜ ପାଣ୍ଠି । ଏଭଳି ସ୍ଥିତିରେ ଖଣିଜ ଜିଲ୍ଲାର ବିକାଶ ହୋଇନପାରିବା ପ୍ରଶାସନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି ।