ରାଜଧାନୀ ତୋର ଛୋଟ ହୃଦୟ ! ଟ୍ରେନ୍ ଲାଇନରେ ଗୋଡ କଟିଗଲା ପରେ ଛଟପଟ ମଣିଷର ଫଟୋ ଉଠାଇବାରେ ବ୍ୟସ୍ତ ସମସ୍ତେ

40

କନକ ବ୍ୟୁରୋ : ରାଜଧାନୀର ଛୋଟ ହୃଦୟ । ଆଜି ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଜଣେ ବ୍ୟକ୍ତି ରେଳ ଧାରଣା ଉପରେ ୨୦ ମିନିଟ୍ ଧରି ଛଟପଟ ହେଉଥିଲେ । ରେଳରୁ ଖସି ପଡି ତାଙ୍କ ଗୋଡଟି କଟି ଯାଇଥିଲା । ହେଲେ ଗୁରୁତର ଲୋକଟିକୁ ନଉଠାଇ ତାଙ୍କ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ କିଛି ଲୋକ । ଏହି ଦୃଶ୍ୟ ଦେଖିଲେ ମନେ ହେଉଥିଲା ମରିଗଲା କି ମାନବିକତ। ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ ନିଜ ଘର ଖଲିକୋଟ ଯିବାକୁ ବାହାରି ଥିଲେ ରାଜେଶ । ମାଷ୍ଟରକ୍ୟାଂଟିନ ଷ୍ଟେସନରେ ଟ୍ରେନ୍ ଉପରକୁ ଚଢିବାବେଳେ ହଠାତ୍ ଗୋଡ ଖସିଯିବାରୁ ଆଉ ସିଧା ରେଳ ଧାରଣା ଉପରେ ପଡିଗଲେ ରାଜେଶ । ଆଉ ଦୁର୍ଭାଗ୍ୟ ବସତଃ ଟ୍ରେନଟି ଛାଡି ଦେଲା । ଦେଖୁ ଦେଖୁ ତାଙ୍କ ବାମପଟ ଗୋଡଟି କଟିଗଲା । ସେ ଏବେ କ୍ୟାପିଟାଲ୍ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ।

ସହର ବଡ ହେଲେ ହୃଦୟ ଛୋଟ । ଜଣେ ଅସହାୟ ମଣିଷ ଯେତେବେଳେ ସାହାର୍ଯ୍ୟ ପାଇଁ ଚିତ୍କାର କରୁଛି ସେତେବେଳେ ଏହି ସହରର ଲୋକମାନେ, ତାର ଫଟୋ ଉଠାଉଛନ୍ତି ।