ଆପଣ ବି ଖାଉଛନ୍ତି କି ମୋମୋ ? ତେବେ ହୋଇଯାଆନ୍ତୁ ସାବଧାନ । ମୋମୋ ଖାଇ ୩୦ ଅସୁସ୍ଥ, ଲିଭର ହେଲା ଖରାପ

67

ଗାଜିୟାବାଦ ଲୋକଙ୍କୁ ମୋମୋ ଖାଇବା ପଡିଲା ମହଙ୍ଗା । ୩୦ରୁ ଅଧିକ ଲୋକଙ୍କୁ ମୋମୋ ଖାଇବା ପରେ ପେଟରେ ହେଲା ସଂକ୍ରମଣ । ତା’ପରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା । ସୁଚନା ମୁତାବକ, ମୋମୋ ଖାଇବା ପରେ ଲୋକଙ୍କ ପେଟରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଏହା ଦ୍ୱାରା ଜଣେ ବ୍ୟକ୍ତିର ଲିଭରରେ ବି ଅସୁବିଧା ସୃଷ୍ଟି ହେଲା । ପୁଲିସ୍ ମୋମୋ ବିକ୍ରି କରୁଥିବା ୧୦ ଲୋକଙ୍କୁ ହାଜତ୍ ରେ ନେଇଛି । ପୁଲିସ୍ ଅନୁସାରେ, ମୋମୋ ବିକ୍ରି କରୁଥିବା ଅଧିକାଂଶ ଲୋକ ନେପାଲର ବାସିନ୍ଦା । ଅସୁସ୍ଥ ଲୋକଙ୍କ ମଧ୍ୟରେ ୧୨ଜଣ ଶିଶୁ ସାମିଲ ଅଛନ୍ତି ।

ଏହି ଘଟଣା ଗାଜିୟାବାଦର ବସୁନ୍ଧରାର । ଏଠି ମୋମୋ ଦୋକାନର ସଂଖ୍ୟା ଅଧିକ । ପାଖାପାଖି ୩୫ ଲୋକ ଏହି ଦୋକାନରୁ ମୋମୋ ଖାଇଥିଲେ । ତା’ପର ଦିନ ଏହି ଲୋକମାନଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଧିରେ ଧିରେ ସମସ୍ତଙ୍କ ଅବସ୍ଥା ଆହୁରି ଖରାପ ହୋଇଗଲା । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା । ସେହି ମୋମୋ ବିକ୍ରେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଉଛି । କିଛି ଲୋକଙ୍କ କହିବାନୁସାରେ, ମୋମୋକୁ ବହୁତ ଖରାପ ତରିକାରେ ତିଆରି କରାଯାଉଥିଲା । ଯଦ୍ୱାରା ସମସ୍ତଙ୍କ ପେଟରେ ସଂକ୍ରମଣ ହେଲା ।