ବିଶ୍ୱାସର ବୁଡ ! ଯେଉଁଠି ଗାଧୋଇଲେ ଦୂରେଇ ଯାଏ ଭୂତପ୍ରେତଙ୍କ ଖରାପ ନଜର

33

ଭୂତପ୍ରେତକୁ ନେଇ ବିଭିନ୍ନ ଲୋକଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ଥାଏ । କେହି ବିଶ୍ୱାସ କରନ୍ତି ତ କିଏ କରେନି, ତଥାପି ସମସ୍ତେ ଚେଷ୍ଟା କରନ୍ତି ଭୂତପ୍ରେତରୁ ଦୂରେଇ ରହିବା ପାଇଁ । ଆଜି ଆମେ ଆପଣଙ୍କୁ ଯୋଧପୁରର ଏମିତ ଏକ ଅନୋଖା ସ୍ନାନକୁଣ୍ଡ ବିସୟରେ କହିବୁ, ଯେଉଁଠି ଗାଧୋଇବା ଦ୍ୱାରା ଭୂତପ୍ରେତର ଖରାପ ନଜର ଦୂର ହୋଇଯାଏ । ଏହି ବିଶ୍ୱାସରେ ଲୋକମାନେ ହଜାର ହଜାର ସଂଖ୍ୟାରେ ଆସି ଏହି ସ୍ନାନକୁଣ୍ଡରେ ବୁଡ ପକାନ୍ତି ।

ତଲବଟୀ ସ୍ଥିତ ବାବାରାମଦେବ ମନ୍ଦିରରେ ତିଆର ହୋଇଥିବା ଏହି କୁଣ୍ଡରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ ପକାଇବାପାଇଁ ଆସନ୍ତି । ଲୋକଙ୍କ ଆସ୍ଥା ଅଛି ଏହି କୁଣ୍ଡରେ ସ୍ନାନକଲେ ଭୂତପ୍ରେତ ପଳେଇ ଯାଆନ୍ତି । ଏହି ସ୍ଥାନରେ ଥିବା ବାବା ରାମଦେବଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଖାଲି ପାଦରେ ଆସନ୍ତିି ହଜାର ହଜାର ଲୋକ । ଅନେକ ଲୋକ ଏହି କୁଣ୍ଡରେ ସ୍ନାନ କରୁଥିବାରୁ ଏଠାରୁ ଦୁର୍ଗନ୍ଧ ଆସେ । ତଥାପି ବିଶ୍ୱାସ ଯୋଗୁଁ ଶ୍ରଦ୍ଧାଳୁମାନେ ଏଠାରେ ବୁଡ ପକାନ୍ତି ।