ଅଶାନ୍ତ ଆମେରିକା ଭୟରେ ଭାରତୀୟ ! “ମୋ ଦେଶରୁ ଚାଲିଯାଅ’ କହି ଗୁଳି ଚଳାଇଥିଲେ ଆମେରିକୀୟ

29

କନକ ବ୍ୟୁରୋ : ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କ ହତ୍ୟାଘଟଣା ମନରୁ ନଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆଉଜଣେ ଭାରତୀୟ ବଂଶୋଦଭବଙ୍କୁ ଆକ୍ରମଣ ଖବର । ଆମେରିକାର ଦକ୍ଷିଣ କରୋଲିନାରେ ଶିଖ ଯୁବକ ଦୀପ ରାୟଙ୍କ ଉପରକୁ ଗୁଳିମାଡ କରିଛନ୍ତି ଦୁବୃତ । ଭାଗ୍ୟବଶତଃ ଦୀପ ବଂଚିଯାଇଛନ୍ତି କିନ୍ତୁ ବର୍ଣ୍ଣବୈଶମ୍ୟବାଦର ଆଉ ଏକ ଘୃଣ୍ୟ ଚିତ୍ର ପୁରା ବିଶ୍ୱ ଦେଖିଛି ।

ସୂଚନା ମୁତାବକ, ୩ମାର୍ଚ୍ଚ ୨୦୧୭, ଶୁକ୍ରବାର ଦିନ ଆମେରକିାର କେଂଟ ସହରରେ ଥିବା ନିଜ ଘର ସାମ୍ନାରେ ଗାଡିକାମ କରୁଥାନ୍ତି ଶିଖ ଯୁବକ ଦୀପ ରାୟ । ନିଜ ଘର ସାମ୍ନାରେ ଗାଡିକାମ କରୁଥାନ୍ତି ଶିଖ ଯୁବକ ଦୀପ ରାୟ । ହେଲେ ହଠାତ ଫୁଟିଲା ଗୁଳି । ଆଉ ଦୁବୃତଙ୍କ ଗୁଳିମାଡରେ କ୍ଷତାକ୍ତ ହୋଇଥିଲେ ଏହି ଭାରତୀୟ ଯୁବକ ଜଣକ । ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିଲା ।ଆଉ ଚିକିତ୍ସାପରେ ସେ ଏବେ ସୁସ୍ଥ ଅଛନ୍ତି । କିନ୍ତୁ ଗୁଳିକାଣ୍ଡର କାରଣ ପୁଣିଥରେ ବଡ ରାଷ୍ଟ୍ରର ଛୋଟ ଚିନ୍ତାଧାରାକୁ ପଦାରେ ପକାଇଛି । ବର୍ଣ୍ଣବୈଷମ୍ୟତା କାରଣରୁ ଶିଖ ଯୁବକଙ୍କ ଉପରେ ଆକ୍ରମଣ କରିଥିଲେ ଆମେରିକୀୟ ଦୁବୃତ । ଏମିତିକି ଆକ୍ରମଣ କରିବା ପୂର୍ବରୁ ସେ ଦୀପଙ୍କୁ ଭାରତ ଫେରିଯିବାକୁ କହିଥିଲେ । ତେବେ ଆମେରିକାରେ ବର୍ଣ୍ଣବୈଷମ୍ୟକୁ ନେଇ ଭାରତୀୟଙ୍କ ଉପରେ ଏହା ପ୍ରଥମ ଆକ୍ରମଣ ନଥିଲା ।

୨ ମାର୍ଚ୍ଚ ୨୦୧୭ରେ ଆମେରିକାରେ ବ୍ୟବସାୟ କରୁଥିବା ପ୍ରବାସୀ ଭାରତୀୟ ହରନିସ ପଟେଲଙ୍କୁ ଗୁଳିକରି ହତ୍ୟା କରିଥିଲେ ଦୁବୃତ । ହରନିସଙ୍କ ହତ୍ୟାପୂର୍ବରୁ ଆମେରିକାରେ ଭାରତୀୟ ଇଞ୍ଜିନିୟରଙ୍କୁ ହତ୍ୟା ପୁରା ବିଶ୍ୱ ସମୁଦାୟରେ ଚର୍ଚ୍ଚା ସୃଷ୍ଟି କରିଥିଲା ।ଯାହାକୁ ନେଇ ଦୁଃଖପ୍ରକାଶ କରିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ବିବାଦୀୟ ଦେଶାନ୍ତର ଆଇନଦ୍ୱାର ପ୍ରଭାବିତ ହୋଇ ସମ୍ଭ୍ରାନ୍ତବାଦୀ ଆମରିକୀୟ ଅଣଆମେରିକୀୟଙ୍କୁ ହତ୍ୟା କରୁଥିବା କୁହାଯାଉଛି ।

ଏବେ ଆହତ ଶିଖ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପେର ବୈଦେଶିକ ମନ୍ତ୍ରାଳୟ ନଜର ରଖିଛି । କିନ୍ତୁ ଆମେରିକାରେ ଭାରତୀୟଙ୍କ ଉପରେ ଆକମଣ ଧିରେ ଜଟିଳରୁ ଜଟିଳ ହେବାକୁ ଯାଉଛି । ଯାହକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବି ଚିନ୍ତା ପ୍ରକାଶ କରିଛନ୍ତି ।