୧୮ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଖୁସି ଖବର : ଏଣିକି ପ୍ରତି ମାସ ମାତ୍ର ୨୧୦ ଟଙ୍କା ନିବେଶ କରି ପ୍ରତି ମାସ ପାଇପାରିବେ ୫ ହଜାର ଟଙ୍କା

142

୧୮ରୁ ୪୦ ବର୍ଷ ବୟସର କୈାଣସି ବି ବ୍ୟକ୍ତି ଅଟଳ ପେନସନ୍ ଯୋଜନାରେ ନିବେଶ କରି ପ୍ରତି ମାସ ୧ ହଜାର ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ପାଇପାରିବେ । ପେନସନ୍ ୬୦ ବର୍ଷ ବୟସ ପରେ ମିଳିବା ଆରମ୍ଭ ହେବ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଏଥିରେ ନିବେଶ କରି କେମିତି ଫାଇଦା ପାଇପାରିବେ ।  ଅଟଳ ପେନସନ୍ ଯୋଜନା ବିଶେଷ କରି ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଛି । ଏଥିରେ ୧ ହଜାର, ୨ ହଜାର, ୩ ହଜାର, ୪ ହଜାର ବା ୫ ହଜାର ଟଙ୍କାର ଫିକ୍ସ ପେନସନ୍ ପାଇପାରିବେ । କେତେ ପେନସନ୍ ମିଳିବ ଏହା ଆପଣଙ୍କ ନିବେଶ ଉପରେ ନିର୍ଭର କରିବ । ଯଦି ଆପଣ ୧୮-୨୦ ବର୍ଷ ବୟସରୁ ହିଁ ନିବେଶ ଆରମ୍ଭ କରିଦେଉଛନ୍ତି , ତେବେ ଆପଣଙ୍କୁ ବହୁତ କମ୍ କିସ୍ତି ପ୍ରତି ମାସ ଦେବାକୁ ପଡିବ । ସେଠି ୬୦ ବର୍ଷ ହେବା ପରେ ପେନସନ୍ ର ପୁରା ଲାଭ ମିଳିବ । ୧୮ରୁ ୪୦ ବର୍ଷ ବୟସ ପର୍ଯ୍ୟନ୍ତ କୈାଣସି ବି ବ୍ୟକ୍ତି ଏହି ସ୍କିମର ଫାଇଦା ଉଠାଇପାରିବେ ।  ଏହି ଯୋଜନାରେ ଯଦି ଆପଣ ନିବେଶ କରୁଛନ୍ତି, ତେବେ ଟ୍ୟାକ୍ସ ସଂଚୟ କରିପାରିବେ । ଆପଣ ଇନକମ୍ ଟ୍ୟାକ୍ସ ଆକ୍ଟର ଧାରା ୮୦ ସିସିଡି(୧ ବି) ଅଧିନରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ କ୍ଲେମ କରିପାରିବେ । ସେଠି ୮୦ସି ଅଧିନରେ ୧.୫ ଲକ୍ଷର ଡିଡକ୍ସନ କ୍ଲେମ କରାଯାଇପାରିବ । ଯଦି ସବସ୍କ୍ରାଇବରଙ୍କ ମୃତ୍ୟୁ ହୋଇଯାଏ, ତେବେ ପେନସନ୍ ତାଙ୍କ ସ୍ତ୍ରୀଙ୍କୁ ଦିଆଯିବାର ନିୟମ ଅଛି ।

• ୧୮ ବର୍ଷ ବୟସରେ ଆରମ୍ଭ କଲେ, ପ୍ରତି ମାସ ୨୧୦ ଟଙ୍କା ନିବେଶ କରିବାକୁ ପଡିବ । ୪୨ ବର୍ଷରେ ମୋଟ ୧,୦୫,୮୪୦ ଟଙ୍କା ଜମା ହୋଇଯିବ ।

• ୨୫ ବର୍ଷ ବୟସରେ ଆରମ୍ଭ କଲେ, ପ୍ରତି ମାସ ୩୭୬ ଟଙ୍କା ନିବେଶ କରିବାକୁ ପଡିବ । ୩୫ ବର୍ଷରେ ମୋଟ ୧,୫୭,୯୨୦ ଟଙ୍କା ଜମା ହୋଇଯିବ ।

• ୩୦ ବର୍ଷ ବୟସରେ ଆରମ୍ଭ କଲେ, ପ୍ରତି ମାସ ୫୭୭ ଟଙ୍କା ନିବେଶ କରିବାକୁ ପଡିବ । ୩୦ ବର୍ଷରେ ମୋଟ ୨,୦୭,୭୨୦ ଟଙ୍କା ଜମା ହୋଇଯିବ ।

• ୩୫ ବର୍ଷ ବୟସରେ ଆରମ୍ଭ କଲେ, ପ୍ରତି ମାସ ୯୦୨ ଟଙ୍କା ନିବେଶ କରିବାକୁ ପଡିବ । ୨୫ ବର୍ଷରେ ମୋଟ ୨,୭୦,୬୦୦ ଟଙ୍କା ଜମା ହୋଇଯିବ ।

• ୪୦ ବର୍ଷ ବୟସରେ ଆରମ୍ଭ କଲେ, ପ୍ରତି ମାସ ୧୪୫୪ ଟଙ୍କା ନିବେଶ କରିବାକୁ ପଡିବ । ୨୦ ବର୍ଷରେ ମୋଟ ୩,୪୮,୯୬୦ ଟଙ୍କା ଜମା ହୋଇଯିବ ।

ଏହି ଯୋଜନାରେ ଫାଇଦା କ’ଣ ? :

• ଏହି ଯୋଜନା ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି । ସେଥିପାଇଁ ଏହାର ଗ୍ୟାରେଣ୍ଟି ଅଛି ।

• ଏହି ଯୋଜନା ଧାରକଙ୍କ ମୃତ୍ୟୁ ପରେ ବି ଚାଲୁ ରହିବ । ମୃତ୍ୟୁ ପରେ ପରିଜନଙ୍କୁ ପେନସନ୍ ମିଳିବ ।

• ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ଏହି ରାଶି ନୋମିନିଙ୍କୁ ଦିଆଯାଇଥାଏ ।

• ଏଥିରେ ଖାତା ଖୋଲିବା ପାଇଁ ଭାରତୀୟ ନାଗରିକ ହେବା ନିହାତି ଜରୁରୀ । ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଉଚିତ୍ ।

• ଏଥିପାଇଁ ବ୍ୟାଙ୍କରେ ଜମା ଖାତା ରହିବା ଜରୁରୀ ଅଟେ ।