ଅନଲାଇନ ମାର୍କେଟର ସାହୁ ସୌଦାଗର ! ଏନ୍ଆଇଟିର ଓଡିଆ ଛାତ୍ରଙ୍କ କମାଲ୍

62

ଏନ୍ଆଇଟି ଛାତ୍ରଙ୍କ କମାଲþ । ପାଠପଢା ସରିନି । ହେଲେ ଦେଶର ଜଣାଶୁଣା ଇ କମର୍ସ ସାଇଟ ଏବେ ତାଙ୍କ ସହ ଅନୁବନ୍ଧିତ । ଏହି ଦୁଇ ଓଡିଆ ଛାତ୍ର ହେଲେ ଖୋର୍ଦ୍ଧାର ଅଭିଜିତ ସାହୁ ଓ କଟକର ସାରଦା ପ୍ରସାଦ ସାହୁ। ଉଭୟେ ଏନ୍ଆଇଟି କଂପ୍ୟୁଟର ସାଇନ୍ସ ଆଣ୍ଡ ଇଂଜିନିୟରିଂର ପ୍ରଥମ ବର୍ଷର ଛାତ୍ର । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ଛାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଅନଲାଇନ୍ କଂପାନୀ ପେନି ଇଣ୍ଡିଆ ଡଟ୍ କମ୍ ସହ ଦେଶର ଜଣାଶୁଣା ଅନଲାଇନ ସପିଂ ସାଇଟ ଅନୁବନ୍ଧିତ । ତେବେ କଣ ପେନିଇଣ୍ଡିଆ ।

ଏହା ହେଉଛି ଦେଶର ସର୍ବାଧିକ କ୍ୟାସ୍ ବ୍ୟାକ୍ କରୁଥିବା ସାଇଟ । ଏହି ସାଇଟରେ ଗ୍ରାହକ ସଂପିଂ କଲେ ସପିଂ କରିଥିବା ଅନ୍ ଲାଇନ୍ କଂପାନୀ ଠାରୁ ଅଧିକ ରିହାତି ପାଇବେ। ଧରି ନିଅନ୍ତୁ ଆପଣ ଫ୍ଲିଫକାର୍ଟ , ସ୍ନାପଡିଲ,କିମ୍ବା ଜବଂଗରୁ କୌଣସି ଜିନିଷ କିଣୁଛନ୍ତି। ହୁଏତ ସେଥିରେ ନିର୍ଦ୍ଦିଷ୍ଟ ମୁଲ୍ୟର ଡିସକାଉଂଟ୍ ଥାଇପାରେ କିମ୍ବା କୌଣସି କ୍ୟାସ ବ୍ୟାକ୍ କୁପନ୍ ଥାଇପାରେ । ବେଳେବେଳେ ଏସବୁ ସୁଯୋଗ ବି ଗ୍ରାହକଙ୍କୁ ଜୁଟିନଥାଏ । ତେବେ ପେନିଇଣ୍ଡିଆର ଗୋଟିଏ କ୍ଲିକ୍ ଗ୍ରାହକଙ୍କୁ ନିଶ୍ଚିତ ଭାବେ ଦେଉଛି ରିହାତି । ତେଣୁ ଏହି ସାଇଟ୍ ଆରମ୍ଭ ହେବାର ତିନି ଚାରିମାସ ଭିତରେ ଏହା ଖୁବ୍ ଲୋକପ୍ରିୟ ହୋଇପାରିଛି । ଏହି ସାଇଟ୍ ଜରୁିଆରେ ଯଦି ଆପଣ କୌଣସି ଅନ୍ ଲାଇନ୍ ସାଇଟରୁ ସପିଂ କରୁଛନ୍ତି ତେବେ ପେନିଇଣ୍ଡିଆ ନିଶ୍ଚିତ ଭାବେ କିଛି ନା କିଛି ଲାଭ ଦେଉଛି। ସାଧାରଣତ କ୍ୟାସ ବ୍ୟାକ୍ ଦ୍ୱିତୀୟ କିଣାବିକା ବେଳେ କାମରେ ଲାଗିଥାଏ । ତେବେ ପେନି ଇଣ୍ଡିଆ ମାଧ୍ୟମରେ ଆପଣ ଯଦି ସପିଂ କରିଛନ୍ତି, ତବେ ଆପଣଙ୍କୁ ସେମାନେ ନିର୍ଦ୍ଦିଷ୍ଟ ମୂଲ୍ୟର ରିହାତି ଟଙ୍କା ଫେରାଇ ଦେବେ। ତାହା ପୁଣି ଦୁଇ ମାସ ମଧ୍ୟରେ ।