କଳାଧନ ରୋକିବା ପାଇଁ କଡା ଆଭିମୁଖ୍ୟ : ନଗଦ କାରବାର ଉପରେ କଠୋର କଟକଣା

32

କନକ ବ୍ୟୁରୋ : ନଗଦ କାରବାର ୩ଲକ୍ଷ ଡେଇଁଲେ ଜରିମାନା । କଳାଧନ ରୋକିବାକୁ କେନ୍ଦ୍ରର କଡା ଆଭିମୁଖ୍ୟ । ଏପ୍ରିଲ ୧ ତାରିଖରୁ କଡାକଡି ହେବ ନୂଆ ନିୟମ । ୩ଲକ୍ଷରୁ ଅଧିକ ଟଙ୍କାର ନଗଦ କାରବାର କଲେ ଦେବାକୁ ପଡିବ ଶତପ୍ରତିଶତ ଜୋରିମାନା । ଏନେଇ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି ରାଜସ୍ୱ ସଚିବ ହସମୁଖ ଆଧିଆ ।

୩ଲକ୍ଷ ଟଙ୍କାରୁ ଅଧିକ ନଗଦ କାରବାର ଉପରେ କଟକଣା ନେଇ ବଜେଟରେ ଘୋଷଣା କରିଥିଲେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଜୋରିମାନା ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡିବ । ଅର୍ଥାତ ୩ ଲକ୍ଷରୁ ଅଧିକ ନଗଦ ଟଙ୍କା ଗ୍ରହଣ କଲେ ସେହି ବ୍ୟକ୍ତିଙ୍କୁ ଏହାର ୧୦୦ ପ୍ରତିଶତ ଜରିମାନା ଆକାରରେ ଦେବାକୁ ପଡିବ ।

ଆପଣ ଯଦି ୪ ଲକ୍ଷ ଟଙ୍କାର ଏକ ଗହଣା କିଣୁଛନ୍ତି ତେବେ ଆପଣଙ୍କୁ ଗହାଣା ବିକିଥିବା ଜୁଏକାଲୀ ଦୋକାନୀଙ୍କୁ ୪ ଲକ୍ଷ ଟଙ୍କାର ଜରିମାନା ଗଣିିବାକୁ ପଡିବ । ବିଶେଷ କରି ନଗଦ କାରବାରରୁ ଲୋକଙ୍କୁ ନିରୁତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ୩ଲକ୍ଷରୁ ଅଧିକ ଟଙ୍କାର କାରବାର ଚେକ୍ କିମ୍ବା ଡିଜିଟାଲ ମୋଡରେ କରିହେବ ବୋଲି ବଜେଟରେ ଘୋଷଣା କରାଯାଇଥିଲା  ।