ପ୍ରଦୂଷଣ ରୋକି ପାରିଲେନି ଦିଲ୍ଲୀ ସରକାର ! NGT ଲଗାଇଲା ୫୦ କୋଟି ଟଙ୍କାର ଜୋରିମାନା ।

31

ପ୍ରଦୂଷଣ ରୋକିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ଦିଲ୍ଲୀ ସରକାର । ଆଉ ଏଥିପାଇଁ ମୋଟା ଅଙ୍କ ଜୋରିମାନା ମଧ୍ୟ ଲାଗିଛି । ଦିଲ୍ଲୀ ସରକାରଙ୍କ ଉପରେ ୫୦ କୋଟି ଟଙ୍କାର ଜୋରିମାନା ଲଗାଇଛି ଏନଜିଟି । ଏନଜିଟିର ସୂଚନା ମୁତାବକ, ଦିଲ୍ଲୀର ପାଖାପାଖି ୬୨ ବଡ ୟୁନିଟସ ଉପରେ ଲଗାମ ଲଗାଇବାରେ ଡିପିସିସି ବିଫଳ ହେବା କାରଣରୁ ଏହି ଜୋରିମାନା ଲଗାଯାଇଛି । ଏନଜିଟି କହିଛି ଯେ, ତାଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶର ଦିଲ୍ଲୀ ସରକାର ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି ।

ଡିପିସିସି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଫିଡେଭିଟ ଦିଆଯାଇନାହିଁ ଯେ, କିଭଳି ଏହି ବଡ ବଡ ୟୁନିଟସ ଗୁଡିକୁ ବିଜୁଳି ଏବଂ ପାଣି କନେକସନ୍ ଦିଆଯାଇଛି । ତେବେ ଏନେଇ ଡିପିସିସିର ଚେୟାରମ୍ୟାନଙ୍କୁ ଗିରଫ କରିବା ନିମନ୍ତେ ଏବେ ଚର୍ଚ୍ଚା ଜୋର ଧରିଛି । ଦିଲ୍ଲୀ ଏନସିଆରରେ ଥଣ୍ଡା ବଢିବା ସହ ପବନ ମଧ୍ୟ ବିଷାକ୍ତ ହୋଇଯାଇଥାଏ । ତେବେ ପ୍ରଦୂଷଣ ରୋକିବାରେ ଡିପିସିସି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କ ଉପରେ ୫୦ କୋଟି ଟଙ୍କାର ଜୋରିମାନା ଲଗାଇଛି ଏନଜିଟି ।