ଗୋଟିଏ ସରକାର ଦୁଇଟି ବ୍ୟବସ୍ଥା ! ସଚିବାଳୟ ଓ ନ ତାଲା କର୍ମଚାରୀଙ୍କ ଦରମାରେ ପାତରଅନ୍ତର ନେଇ କଲମ୍ ଛାଡ୍ ଆନ୍ଦୋଳନ

30

କନକ ବ୍ୟୁରୋ : ଦରମାରେ ଅସଙ୍ଗତିକୁ ନେଇ ଅମଲାଙ୍କ ଅସନ୍ତୋଷ । ସରକାରଙ୍କ ଦୁଇଟି ନୀତିକୁ ନେଇ ନ’ତାଲା ବନାମ ସଚିବାଳୟ ପରିସ୍ଥିତି । ୧୦ ଦଫା ଦାବି ନେଇ ଦୁଇଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ୧୦ ହଜାର କର୍ମଚାରୀ । ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଶୁଣୁ ନାହାନ୍ତି । ଶେଷରେ କଲମ ଛାଡି ପ୍ରତିବାଦ କରୁଛନ୍ତି ।

ରାଜ୍ୟ ସରକାରଙ୍କ ପ୍ରମୁଖ ଦପ୍ତରଗୁଡିକ ଏବେ ସମ୍ପୂର୍ଣ୍ଣ ଠପ୍ । ଦୁଇ ଦିନ ହେଲା କଲମ ଛାଡ ଆନ୍ଦୋଳନ ଚଳାଇଛନ୍ତି ରାଜ୍ୟର ମୁଖ୍ୟ ଅମଲା ସଂଘ ଓ ମୁଖ୍ୟ ସେକ୍ସନ ଅଫିସର ସଂଘ । ୧୦ ଦଫା ଦାବି ନେଇ ରାଜ୍ୟର ୮୮ଟି ବିଭାଗୀୟ ମୁଖ୍ୟ ଦପ୍ତରର ୧୦ ହଜାର କର୍ମଚାରୀ ଏବେ ଆନ୍ଦୋଳନରେ ବସିରହିଛନ୍ତି । ଦୁଇ ସଂଘର ପ୍ରମୁଖ ଦାବିଗୁଡିକ ମଧ୍ୟରେ ରହିଛି ।

• ସଚିବାଳୟରେ ଥିବା ଆସିଷ୍ଟାଣ୍ଟସେକ୍ସନ ଅଫିସର ପାଉଥିବା ମୂଳ ଦରମା ଓ ଗ୍ରେଡ ପେ ସହ ସମାନ ଦରମା
• ସଚିବାଳୟରେ ଜୁନିୟର ଓ ସିନିୟର ସେକ୍ସନ ଅଫିସରକୁ ଏକାଠି କରି ଏଏସଓ ପଦବି ସୃଷ୍ଟି କଲାଭଳି ଅମଲା ସ୍ତରରେ ପଦବୀର ନାମକରଣ ହେଉ
• ସେକ୍ସନ ଅଫିସରମାନଙ୍କୁ କ୍ଲାସ୍ ଟୁ ପଦବୀର ମର୍ଯ୍ୟାଦା ଦିଆଯାଉ
• ପ୍ରବେଶ ସ୍ତରରେ ଶିକ୍ଷାଗତ ଯୋଗ୍ୟତାକୁ ଇଣ୍ଟରମିଡିଏଟ ବଦଳରେ ସ୍ନାତକ କରାଯାଉ

ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ୧୨ଥର ପତ୍ର ଲେଖିସାରିଲାଣି ସଂଘ । କିନ୍ତୁ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ । ଏପଟେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଛି, ରାଜ୍ୟ ସରକାର କୌଣସି ସରକାରୀ ବିଜ୍ଞାପନ ପ୍ରକାଶ କରିପାରିବେ ନାହିଁ ।