ବନ୍ଦ ହେଲା ବିବାଦୀୟ ଧାରାବାହିକ ‘ପହେରେଦାର୍ ପିୟା କି’ ! କେଉଁଠି ଖୁସି ତ କେଉଁଠି ଅସନ୍ତୋଷ

59

ବିବାଦର ଦେଲା ଅନ୍ତ  । ବନ୍ଦ ହେଲା ବିବାଦୀୟ ଧାରାବାହିକ ‘ପହେରେଦାର୍ ପିୟା କି’ । ସୋମବାର ଦର୍ଶକ ଦେଖିବାକୁ ପାଇନାହାଁନ୍ତି ଏହାର ଏପିସୋଡ୍  । ଜଣେ ୯ ବର୍ଷର ବାଳକ ସହ ଜଣେ ୧୮ ବର୍ଷର ଝିଅର ବିବାହ କାହାଣୀ ଉପରେ ଆଧାରିତ ଏହି ଧାରାବାହିକକୁ ନେଇ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା । ଶେଷରେ ଧାରାବାହିକଟି ବନ୍ଦ ହୋଇଛି ଏବଂ ୨୮ ତାରିଖରେ ଟିଭିରେ ଏହାର ପ୍ରସାରଣ ହୋଇନାହିଁ ।

ଚ୍ୟାନେଲ୍ କର୍ତ୍ତୃପକ୍ଷ ଏକ ଷ୍ଟେଟମେଂଟ୍ ଜାରି କରି ଧାରାବାହିକଟି ବନ୍ଦ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି । ତେବେ ଧାରାବାହିକ ବନ୍ଦ ହୋଇଯିବା ପରେ ସୋ’ ସହ ଜଡିତ ଲୋକମାନଙ୍କୁ ନିରାଶ ହେବାକୁ ପଡିଛି । ତା ସହ ସୋ’ ଦେଖୁଥିବା ଦର୍ଶକଙ୍କ ମହଲରେ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି ।

‘ପହେରେଦାର୍ ପିୟା କି’ ଧାରାବାହିକକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏପରିକି ଆରମ୍ଭରୁ ହିଁ ଧାରାବାହିକ ବିଭିନ୍ନ ଆଲୋଚନାର ଶିକାର ହୋଇଥିଲା । ଯେଉଁଥିରେ ବାଧ୍ୟ ହୋଇ ସୋ’ର ନିର୍ମାତା ପ୍ରେସ୍ କନଫରେନ୍ସ କରି ନିଜ ପକ୍ଷ କରିଥିଲେ । କହିଥିଲେ ସୋ’ଟି କୌଣସି ପ୍ରକାର ବାଲ୍ୟ ବିବାହକୁ ପ୍ରୋତ୍ସାହନ ଦେଉନାହିଁ । ୯ ବର୍ଷର ନାବାଳକକୁ ବିବାହ କରି ୧୮ ବର୍ଷର ଝିଅ ତାର ପତ୍ନୀ ନୁହେଁ ବରଂ ରକ୍ଷକ ସାଜୁଛି ।

ତଥାପି ଧାରାବାହିକର ପିଛା ଛାଡି ନଥିଲା ବିବାଦ । ସୋ’ କୁ ବ୍ୟାନ୍ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ଏପରିକି ମାନସୀ ଜୈନ ନାମକ ଜଣେ ଯୁବତୀ ସୋ’ ବିରୋଧରେ ସୂଚନା ଏବଂ ପସାରଣ ମନ୍ତ୍ର ସ୍ମୃତୀ ଇରାନୀଙ୍କୁ ଅଭିଯୋଗ ପତ୍ର ପଠାଇଥିଲେ ।