ମୁକ୍ତା ! ଗରିବଙ୍କ ପାଇଁ ସ୍ୱପ୍ନ, ଧନୀ ପାଇଁ ସାଧାରଣ । ଲୁଣି ପାଣି ନୁହେଁ ମଧୁର ଜଳରେ ଶାମୁକା ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଆ ପୁଅ ।

433

କନକ ବ୍ୟୁରୋ: ମୁକ୍ତା ଗରିବଙ୍କ ପାଂଇ ସ୍ବପ୍ନ ମାତ୍ର ଧନୀ ଶ୍ରେଣୀର ଲୋକଙ୍କ ପାଂଇ ସାଧାରଣ , ମୁକ୍ତାକୁ ସାଧାରଣତଃ ଗହଣାରେ ବ୍ୟବହାର ହୋଇଥାଏ । ଆଉ ମୁକ୍ତା ଯେ କେବଳ ସମୁଦ୍ରରୁ ମିଳେ ତାହା ଆମେ ଜାଣିଥିଲୁ , ମାତ୍ର ନିଜ ପୋଖରୀରେ ମଧୁର ପାଣିରେ କିପରି ଶାମୁକା ଚାଷ କରି ତା ଭିତରେ ମୁକ୍ତା ତିଆରି ହେଉଛି ଯାହା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୁନାପୁର ଗ୍ରାମର ଦୁଇ ଯୁବଚାଷୀ ପରୀକ୍ଷା ମୂଳକ ଭାବରେ ୪ ଟି ପୋଖରୀରେ ପରୀକ୍ଷା ମୂଳକ ଭାବରେ ୪୫ ହଜାର ଶାମୁକା ଚାଷ କରି ମୁକ୍ତା ପାଇବାରେ ସଫଳ ହୋଇଛନ୍ତି ।

ମୁକ୍ତା ଆଶାରେ ଶାମୁକା ଚାଷ । ପୋଖରୀର ମଧୁର ଜଳରେ ଶାମୁକା ଚାଷ କରି ସ୍ୱାବଲମ୍ବୀ ଦୁଇ ଯୁବଚାଷୀ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଗୁନାପୁର ଗାଁର ଏହି ଯୁବଚାଷୀ ଅରୁଣ କୁମାର ପାଗଳ ଓ ଜଗନ୍ନାଥ ବାରିକ । ଏମାନେ ଗୁରୁଜାରଟର ଯାଆଁଳ ଆଣି ୪ଟି ପୋଖରୀରେ ୪୫ ହଜାର ଶାମୁକା ଚାଷ କରିଛନ୍ତି । ସ୍ୱଳ୍ପ ସମୟ ଓ ଅଳ୍ପ ଖର୍ଚ୍ଚରେ ଶାମୁକା ଚାଷ କରି ମୁକ୍ତା ଉତ୍ପାଦନ କରୁଛନ୍ତି ଏହି ଦୁଇ ଚାଷୀ ।

ଗୋଟିଏ ଶାମୁକାର ମୂଲ୍ୟ ୫ ଟଙ୍କା ହୋଇଥିବା ବେଳେ ବର୍ଷକୁ ଗୋଟିଏ ଶାମୁକା ପାଇଁ ୨୫ ଟଙ୍କା ଖର୍ଚ୍ଚ ହୋଇଥାଏ । ୩ ବର୍ଷର ଶାମୁକା ଜାଆଁଳ ମଧ୍ୟରେ ଅସ୍ତ୍ରୋପଚାର କରି ଏକ ପ୍ରକାର ପାଉଡରରେ ନିର୍ମିତ ଡିଜାଇନରକୁ ଭର୍ତି କରାଯାଏ । ଏହି ଡିଜାଇନ୍ରକୁ ନ୍ୟୁକ୍ଲିୟର ବୋଲି କୁହାଯାଏ । ନ୍ୟୁକ୍ଲିୟରକୁ ଶାମୁକା ଭିତରେ ଭର୍ତ୍ତି କରିବା ପରେ ଏକ ଜାଲ ସାହାଯ୍ୟରେ ପାଣିରେ ଛଡା ଯାଏ । ପୋଖରୀର ଜଳସ୍ତର ୬ ଫୁଟ ରହିଥିବା ବେଳେ ଶାମୁକା ୨ ଫୁଟ ୬ ଇଂଚ ପାଣି ଭିତରେ ରହିଥାଏ । ପୋଖରୀ ଜଳର ତାପମାତ୍ରାକୁ ୩୫ ଡିଗ୍ରୀ ରଖାଯାଏ । ପ୍ରତି ୩ ଦିନର ଥରେ ଶାମୁକାଙ୍କ ସ୍ଥିତି ତଦାରଖ କରାଯାଏ । ତାପମାତ୍ରା ମାପିବା ସହ ମୃତ ଶାମୁକାକୁ ବାହାର କରିଦିଆଯଏ । ପୋଖରରେ ମୁକ୍ତ ଚାଷ କରିବା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି ଅରୁଣ କୁମାର ପାଗଳ ଓ ଜଗନ୍ନାଥ ବାରିକ । ଶାମୁକା ଭିତରେ ମୁକ୍ତା ଚାଷ କଲେ କମ୍ ଖର୍ଚରେ ଅଧିକ ଲାଭ ମିଳୁଥିବା କହିଛନ୍ତି ଯୁବଚାଷୀ । ଗୋଟିଏ ମୁକ୍ତାର ବଜାର ମୂଲ୍ୟ ୫ଶହରୁ ୬ଶହ ଟଙ୍କାରେ ବିକ୍ରି କରାଯାଉଛି ।