ପିଡିଏସ୍ ସାମଗ୍ରୀରେ ପୋକ । ଚିତ୍ରକୋଣ୍ଡାରେ ହିତାଧିକାରୀଙ୍କୁ ଦିଆଯାଉଛି ପୋକରା ଚାଉଳ ଓ ଗହମ

47

କନକ ବ୍ୟୁରୋ: ପିଡିଏସ ସାମଗ୍ରୀରେ ପୋକ । ହିତାଧିକାରୀଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଗହମ ଓ ଚାଉଳ । ଏଭଳି ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଂଚଳରୁ ।

ଗହମ ଯେତିକି ପୋକ ସେତିକି । ହିତାଧିକାରୀଙ୍କୁ ଦେବା ପାଇଁ ଗୋଦାମରୁ ଗହମ ବାହାରିବା ପରେ ଏଭଳି ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଏମିତି ପିଡିଏସ ସାମଗ୍ରୀ, ପ୍ରଥମ ଥର ନୁହେଁ ବରଂ ଅନେକ ଥର ଚିତ୍ରକୋଣ୍ଡାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି ।

ଏଭଳି ଘଟଣା ପାଇଁ ଯୋଗାଣ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଅନୁମାନ କରନ୍ତୁ ଚିତ୍ରକୋଣ୍ଡାରେ ଯଦି ଏଭଳି ସ୍ଥିତି ତେବେ ବିଛିନ୍ନାଚଂଳର ଅବସ୍ଥା କିଭଳି ଥିବ । ପୂର୍ବରୁ ଜିଲ୍ଲାରେ କେତେକ ସ୍କୁଲରେ ପୋକରା ଚାଉଳରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ଖାଇବାକୁ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା ।