ହକ୍ ପାଇଁ ରାଜପଥରେ ଗର୍ଜିଲେ ହିତାଧିକାରୀ : ୪ ମାସ ହେବ ପିଡ଼ିଏସ୍ ଚାଉଳ ନମିଳିବାରୁ ରାସ୍ତାରୋକ୍

22

କନକ ବ୍ୟୁରୋ : ରାସ୍ତା ଉପରେ ଗର୍ଜିଲେ ହିତାଧୀକାରୀ । ହାତରେ ରାସନ କାର୍ଡ ଧାରଣାରେ ବସିଛନ୍ତି ଶତାଧିକ ପୁରୁଷ ଓ ମହିଳା । ଏ ପ୍ରତିବାଦ ହେଉଛି ନିଜର ହକ୍ ପାଇଁ । ପିଡିଏସ ଚାଉଳ ବଂଟନରେ ଅନିୟମିତତା ଅଭିଯୋଗ କରି ୩୫୩ ଜାତୀୟ ରାଜପଥ ଅବରୋଧ କରିଥିଲେ ନୂଆପଡା ଜିଲ୍ଲା କୋମନା ବ୍ଲକ ଜଟଗଡ ପଂଚାୟତର ହିତାଧିକାରୀ । ଲୋକଙ୍କୁ ୨ ଟଙ୍କିଆ ଚାଉଳ ହେଇ ଗରିବ ହଟେଇବା ନେଇ ଉଦ୍ୟମ କରୁଥିବା ଡିଣ୍ଡିିମ ପିଟୁଛନ୍ତି ସରକାର । ହେଲେ ସରକାରୀ ଯୋଜନା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ଏ ଦୃଶ୍ୟ ତାର ପ୍ରତିଫଳନ ।

ଚାରି ମାସ ହେବ ସାଧାରଣ ବଂଟନରେ ଚାଉଳ ମିଳିନାହିଁ । ଚାଉଳ ଆଣିବାକୁ ଗଲେ ହିତାଧୀକାରୀଙ୍କୁ ଧମକ ମିଳୁଥିବା ଅଭିଯୋଗ ହୋଇଛି । ଜଟଗଡ ପଂଚାୟତର ସାହାଜଟରେ ମୋବାଇଲ ଭ୍ୟାନ ଯୋଗେ ଚାଉଳ ବଂଟନର ବ୍ୟବସ୍ଥା, ଜଟଗଡ ପଂଚାୟତ ଅଫିସ ସିଲ କରିବା ସହ ଷ୍ଟକ ଓ ଯୋଗାଣ ରେଜିଷ୍ଟର ଯାଂଚ ଦାବି ହୋଇଛି । ହିତାଧିକାରୀଙ୍କ ଦାବିକୁ ଗ୍ରହଣ କରାଯାଇଛି, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ । ତୁରନ୍ତ ଏଭଳି ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –