ଜମ୍ମୁକଶ୍ମୀରରେ ବିଜେପି ପୁଣି ଗଢ଼ିବ ସରକାର : ଅସନ୍ତୁଷ୍ଟ ପିଡିପି ନେତା ବିଜେପିରେ ଯୋଗ ଦେବା ନେଇ ସୂଚନା ପରେ ବଢ଼ିଲା ସମ୍ଭାବନା

17

କନକ ବ୍ୟୁରୋ : କାଶ୍ମୀରରେ ବିଜେପି ପୁଣି ଗଢ଼ିବ ସରକାର । କିଛି ଅସନ୍ତୁଷ୍ଟ ପିଡ଼ିପି ନେତା ବିଜେପି ଆଡ଼କୁ ଢ଼ଳିବାର ସୂଚନା ମିଳିବା ପରେ ଏଭଳି ସମ୍ଭାବନା ଦେଖାଦେଇଛି । ପିଡ଼ିପି ବିଧାୟକ ଅବଦୁଲ ମାଜିଦ୍ ପାଦର୍ କହିଛନ୍ତି, ୨୮ରୁ ୧୮ଜଣ ବିଧାୟକ ବିଜେପି ସହ ହାତ ମିଳାଇବାକୁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ଯଦି ପିଡ଼ିପି ମୁଖ୍ୟ ବିଜେପି ସମର୍ଥନରେ ସରକାର ଗଢ଼ିପାରନ୍ତି ତେବେ ବିଧାୟକ କାହିଁକି ବିଜେପି ସହିତ ହାତ ମିଳାଇପାରିବେ ନାହିଁ ।

୮୭ ଆସନ ବିଶିଷ୍ଟ ଜାମ୍ମୁ କାଶ୍ମୀର ବିଧାନସଭାରେ ମ୍ୟାଜିକ୍ ନମ୍ବର ହେଉଛି ୪୪ । ବର୍ତ୍ତମାନ ବିଧାନସଭାରେ ବିଜେପିର ୨୫ ବିଧାୟକ ଅଛନ୍ତି । ଏଭଳି ସ୍ଥିତିରେ ୧୮ ପିଡ଼ିପି ବିଧାୟକ ଯଦି ବିଜେପିକୁ ସମର୍ଥନ କରନ୍ତି ତେବେ ମଧ୍ୟ ଜଣେ ବିଧାୟକଙ୍କ ଆବଶ୍ୟକତା ରହିବ । କୁହାଯାଉଛି ପିପୁଲ୍ସ କନଫରେନ୍ସର ୨ଜଣ ବିଧାୟକ ବିଜେପିକୁ ସମର୍ଥନ ଜଣାଇପାରନ୍ତି । ତେବେ କିଛି ଦିନ ପୂର୍ବରୁ ପିଡ଼ିପି ମୁଖ୍ୟ ତଥା ଜାମ୍ମୁ କାଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଦଳ ଭାଂଗିବାକୁ ଉଦ୍ୟମ କରାଗଲେ ସ୍ଥିତି ଭୟଙ୍କର ହେବା କହିଥିଲେ । ଏବେ କାଶ୍ମୀର ସ୍ଥିତି ବଦଳୁଥିବା ରାଜନୀତିରେ ଚର୍ଚ୍ଚା ।