କେନ୍ଦ୍ର ସରକାରଙ୍କୁ ମେହେବୁବାଙ୍କ ଚେତାବନୀ ! ସମ୍ବିଧାନର ଧାରା ୩୫(ଏ)କୁ ରଦ୍ଦ କରାଗଲେ ସଙ୍ଗୀନ ହେବ ପରିସ୍ଥିତି ।  

ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ର ସରକାରଙ୍କୁ ଖୁଲମଖୁଲା ଚେତାବନି ଦେଇଛନ୍ତି ।

4,452
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ର ସରକାରଙ୍କୁ ଖୁଲମଖୁଲା ଚେତାବନି ଦେଇଛନ୍ତି । ସେ କହିଛନ୍ତି କାଶ୍ମୀର ଲୋକଙ୍କୁ ସ୍ୱାତନ୍ତ୍ର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(ଏ) କୁ ଯଦି ରଦ୍ଦ କରାଯାଏ କିମ୍ବା କୌଣସି ପ୍ରକାର ପରିବର୍ତ୍ତନ କରାଯାଏ ତେବେ କିଛି ଏପରି ଘଟଣା ଘଟିବ ଯାହା ୧୯୪୭ ପର ଠାରୁ ଆଜି ଯାଏ ହୋଇନାହିଁ । ଯଦି ୩୫(ଏ)କୁ ସରକାର ରଦ୍ଦ କରନ୍ତି ତେବେ କାଶ୍ମୀରର ଲୋକ ବାଧ୍ୟ ହୋଇ ତ୍ରୀରଙ୍ଗା ପତାକା ସ୍ଥାନରେ ଅନ୍ୟ କେଉଁ ପତାକା ଧରିବେ ବୋଲି ସିଧାସଳଖ କେନ୍ଦ୍ର ସରକାରଙ୍କୁ ଚେତାବନି ଦେଇଚନ୍ତି ମେହେବୁବା ।
ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀରର ନାଗରିକଙ୍କୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(ଏ) ନେଇ ଏବେ ବ୍ୟାପକ ଅନିଶ୍ଚିତତା ଦେଖାଦେଇଛି । କେନ୍ଦ୍ର ସରକାର ଏହି ଆଇନକୁ ରଦ୍ଧ କରିବା ପାଇଁ ଏକ ଅଧ୍ୟାଦେଶ ଜାରି କରିପାରନ୍ତି ବୋଲି କୁହାଯାଉଛି । ଯାହାକୁ ନେଇ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ରମନ୍ତ୍ରୀଙ୍କୁ ଚେତାବନି ଦେଇଛନ୍ତି ।
ଗତ କିଛିଦିନ ଭିତରେ କାଶ୍ମୀର ଘାଟିରେ ଘଟୁଥିବା ଘଟଣାକୁ ନେଇ ସେଠାରେ ଅନେକ ଆଶଙ୍କା ପ୍ରକାଶ ପାଉଛି । ପ୍ରଥମତଃ ସରକାର ରାତି ଅଧିଆ ଚଢାଉ କରି ହୁରିଆତ ଓ ଜମାତ ଇ ଇସଲାମୀର ୧୫୦ରୁ ଅଧିକ ନେତାଙ୍କୁ ଅଟକ ରଖିଛନ୍ତି । ଦ୍ୱିତୀୟରେ କାଶ୍ମୀର ଉପତ୍ୟାକାକୁ ୧୦ହଜାରରୁ ଅଧିକ ସୈନ୍ୟ ପଠାଇଛନ୍ତି । ଯାହାକୁ ନେଇ କାଶ୍ମୀରରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏଥି ମଧ୍ୟରେ କେନ୍ଦ୍ର ସରକାର ୩୫(ଏ)କୁ ରଦ୍ଦ କରିପାରନ୍ତି ବୋଲି ସୂଚନା ମିଳିବା ପରେ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁପ୍ତି କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।