ନିଆଳି ଜଗିବ ସିସିଟିଭି ! ପଶୁସମ୍ପଦ ମନ୍ତ୍ରୀ କହିଲେ,ମେଣ୍ଢାଙ୍କୁ ଆକ୍ରମଣ କରୁଛି ଜଙ୍ଗଲୀଜନ୍ତୁ ହେଟାବାଘ

33

କନକ ବ୍ୟୁରୋ: ନିଆଳିରେ ମେଣ୍ଢା ମଡକ ଘଟଣାରେ ଆଜି ପୁଣି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି, କିଛି ଜଙ୍ଗଲୀଜନ୍ତୁ ବିଶେଷକରି ହେଟାବାଘ ଏଭଳି କରୁଛନ୍ତି । ଅନ୍ୟ କାହାକୁ ଆକ୍ରମଣ କଲେ ଆକ୍ରମଣର ଭୟ ରହୁଥିବାରୁ ମେଣ୍ଢା ଭଳି ନିରୀହ ପ୍ରାଣୀକୁ ଜଙ୍ଗଲୀଜନ୍ତୁ ଆକ୍ରମଣ କରୁଛନ୍ତି । ପଶୁପାଳନ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଏ ଦିଗରେ କାମ କରୁଛନ୍ତି । ଏ ଯାଏଁ ଯାହାର ମେଣ୍ଢା ମରିଛି ସେହି ଚାଷୀମାନେ କେହି କ୍ଷତିପୂରଣ ଦାବି କରିନାହାନ୍ତି ।