ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ନିରଞ୍ଜନ : ରାଜ୍ୟରେ କଂଗ୍ରେସ କାର୍ଯ୍ୟକ୍ରମ ଓ ଅଗ୍ରଗତି ବିଷୟରେ ହାଇକମାଣ୍ଡଙ୍କ ସହ ପିସିସି ଟିମଙ୍କ ଆଲୋଚନା

34

କନକ ବ୍ୟୁରୋ: ଆଜି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଆଲୋଚନା କରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ । ଆସନ୍ତା ଏକ ସପ୍ତାହ ମଧ୍ୟରେ ପିସିସିର ଅନ୍ୟ ସମସ୍ତ ସବ୍ କମିଟି ନେଇ ନିଷ୍ପତି ନିଆଯିବ ବୋଲି ଜଣାପଡିଛି । ଏହା ସହ ଆଗାମୀ ୨-୩ ଦିନ ମଧ୍ୟରେ ଜିଲ୍ଲା କଂଗ୍ରେସ କମିଟିର ଗଠନ ନେଇ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏହା ସହ ୨୦୧୯ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଚୟନ ନେଇ ମଧ୍ୟ ଆଜିର ଆଲୋଚନାରେ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଜଣାପଡିଛି ।

ରାହୁଲ ଗାନ୍ଧିଙ୍କ ସହ ପିସିସି ସଭାପତି, ଓଡିଶା ପ୍ରଭାରି ଜୀତେନ୍ଦ୍ର ସିଂ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଂଜୀବୀ ବିଶ୍ୱାଳ ସମେତ ୯ ଜଣିଆ ଟିମ୍ ଭେଟି ଆଲୋଚନା କରୁଛନ୍ତି । ବୈଠକରେ ଓଡ଼ିଶା ପାଇଁ ନୂଆ ଟିମ୍ ଗଠନ ହେବା ପରଠୁ ବର୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ପାର୍ଟି ଓ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପାର୍ଟି ହାଇକମାଣ୍ଡଙ୍କୁ ଅବଗତ କରାଉଛନ୍ତି ପିସିସି ଟିମ୍ ।