ଏକକ ନିର୍ବାଚନ ସପକ୍ଷରେ ନବୀନ : ପିସିସି ସଭାପତି କହିଲେ, ସମଦୂରତ୍ୱର ଦ୍ୱାହି ଦେଇ ନବୀନ ସବୁ କଥାରେ ମୋଦିଙ୍କୁ ସମର୍ଥନ କରୁଛନ୍ତି

48

କନକ ବ୍ୟୁରୋ : ଏକକ ନିର୍ବାଚନକୁ ନେଇ ମୋଦିଙ୍କ ପ୍ରସ୍ତାବକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ମୁଖମନ୍ତ୍ରୀ ନିଜ ରାଜ୍ୟ କଥା ଭାବୁଛନ୍ତି ସାରା ଦେଶ କଥା ଚିନ୍ତା କରୁନାହାନ୍ତି । ସମଦୂରତ୍ୱର ଦ୍ୱାହି ଦେଇ ନବୀନ କିନ୍ତୁ ସବୁ କଥାରେ ମୋଦିଙ୍କୁ ସମର୍ଥନ କରୁଛନ୍ତି । ନବୀନଙ୍କ ସ୍ପଷ୍ଟ ମତ ନାହିଁ । ଜଲଦି ନିର୍ବାଚନ ହେଲେ ବିଜେଡିକୁ ଫାଇଦା ମିଳିବ । ତେବେ ସମୟ କମ ଥିଲେ ବି କଂଗ୍ରେସ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ବିଜେଡି ସହ ମେଂଟକୁ ଅସ୍ୱୀକାର କରି ବିେଜେଡି ବିରୋଧରେ ଲଢିବୁ ବୋଲି କହିଛନ୍ତି ନିରଞ୍ଜନ ।

ସେପଟେ ସାରା ଦେଶରେ ଏକକ ନିର୍ବାଚନ କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇବା ପରେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ଖୋଲାଖୋଲି ବିରୋଧ କରୁଥିବା ନବୀନ ଏହି ପ୍ରସଙ୍ଗରେ କାହିଁକି ସମର୍ଥନ କଲେ ସେ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ବଡ ପ୍ରଶ୍ନ ଉଠୁଛି, ବିଜେଡିକୁ ଏଥିରୁ କି ଫାଇଦା ମିଳିବ । କାହିଁକି ସମର୍ଥନ କଲେ ନବୀନ । ଏକକ ନିର୍ବାଚନ ପ୍ରସଙ୍ଗରେ ନିଜର ବିଚାର ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ଲ କମିଶନ । ଆଉ ଏହାକୁ ସମର୍ଥନ କରିଛନ୍ତି ନବୀନ ପଟ୍ଟନାୟକ ।