ପ୍ରସାଦଙ୍କ ଟାର୍ଗେଟରେ ମୋଦି ଓ ନବୀନ ! ମୋଦିଙ୍କୁ କହିଲେ ହିଟଲର

29

କନକ ବ୍ୟୁରୋ: ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଟାର୍ଗେଟରେ ମୋଦି ଓ ନବୀନ । ମୋଦି ସରକାରଙ୍କ ୩ ବର୍ଷ ଓ ନବୀନ ସରକାରଙ୍କ ୧୭ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଛନ୍ତି ପ୍ରସାଦ । ପ୍ରସାଦ ସମାଲୋଚନାର ଆଉ ଏକ ପାଦ ଆଗକୁ ଯାଇ ମୋଦିଙ୍କୁ ହିଟଲରଙ୍କ ନୂଆ ଅବତାର ବୋଲି କହିଛନ୍ତି ।

ସେ କହିଛନ୍ତି, ହିଟଲରଙ୍କ ନାଁରେ ଦେଶରେ ଉତ୍ସବ ପାଳନ କରାଯାଉଛି । ନିଜ ନିଜ ଶାସନ କାଳରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ସେଭଳି କିଛିକାମ କରି ଲୋକଙ୍କୁ ପ୍ରଭାବିତ କରିପାରିନାହାନ୍ତି । ସେଥିପାଇଁ ସେମାନଙ୍କୁ ମେଳା ଓ ପ୍ରେସମିଟ କରିବାକୁ ପଡୁଛି ବୋଲି କହିଛନ୍ତି ପ୍ରସାଦ ।