ବଦଳିବେ କି ପ୍ରସାଦ ? ଚିନ୍ତାରେ ରାଜ୍ୟ କଂଗ୍ରେସ ନେତା, ପିସିସି ସଭାପତିଙ୍କ ଇସ୍ତଫାକୁ ଗ୍ରହଣ କରିବେ କି ହାଇକମାଣ୍ଡ

14

କନକ ବ୍ୟୁରୋ: ବଦଳିବେ କି ପ୍ରସାଦ ? ପିସିସି ସଭାପତିଙ୍କ ଇସ୍ତଫାକୁ ଗ୍ରହଣ କରିବେ କି ହାଇକମାଣ୍ଡ ? ରାଜ୍ୟ କଂଗ୍ରେସ ନେତା ଏବେ ଏହି ଚିନ୍ତାରେ । ବିଜେପୁର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇବା ପରେ ନୈତିକତା ଦୃଷ୍ଟିରୁ ସଭାପତି ପ୍ରସାଦ ହରିଚନ୍ଦନ ଇସ୍ତଫା ଦେିଥିବା ଚର୍ଚ୍ଚା ହେଉଛି । ପ୍ରସାଦ ଏନେଇ ମୁହଁ ଖୋଲିନଥିଲେ ମଧ୍ୟ ଓଡିଶା ପ୍ରଭାରୀ ବି.କେ. ହରିପ୍ରସାଦ ଜାତୀୟ ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇଛନ୍ତି ।

ତେଣୁ ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତନ ନେଇ ପୁଣି ଆଶା ବାନ୍ଧିଛନ୍ତି ରାଜ୍ୟ ନେତା । ଆସନ୍ତା ୧୬ ତାରିଖରୁ ଦିଲ୍ଲୀରେ ଏଆଇସିସିର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବସିବାକୁ ଥିବାରୁ ଏହା ପୂର୍ବରୁ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କିଛି ନିଷ୍ପତି ନେଇପାରନ୍ତି ବୋଲି କୁହାଯାଉଛି ।