ପିସିସି ସଭାପତି ନିରଜଂନ ପଟ୍ଟନାୟକଙ୍କ ଆଜିଠାରୁ ୪ ଦିନିଆ ବନ୍ୟାଚଂଳ ଗସ୍ତ । ପ୍ରଭାବିତ ଲୋକଙ୍କ ସହ କରିବେ ଆଲୋଚନା

34

କନକ ବ୍ୟୁରୋ : ବାତ୍ୟା ତିତଲିରେ ପ୍ରଭାବିତ ହୋଇଥିବା ଅଚଂଳକୁ ବର୍ତମାନ ସମୟରେ ନେତାଙ୍କ ସୁଅ ଛୁଟିବାରେ ଲାଗିଛି । ଗତକାଲି ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଚଂଳ ପରିଦର୍ଶନ କରିବା ସହ କିପରି ଭାବରେ ପୀଡିତାଙ୍କୁ ରିଲିଫ ପହଚିଂବ ସେନେଇ ଗୁରୁତ୍ୱ ଦେଇଥିଲେ । କେବଳ ବିଜେଡି ନୁହେଁ ବରଂ ବିଜେପିର ମଧ୍ୟ ଅନେକ ନେତା ମଧ୍ୟ ବନ୍ୟାଚଂଳ ପରିଦର୍ଶନ କରିଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ପ୍ରଳୟଙ୍କରୀ ବାତ୍ୟା ତିତଲି ଓ ବନ୍ୟା କ୍ଷତିଗ୍ରସ୍ତ ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ପ୍ରଭାବିତ ଜନସାଧାରଣଙ୍କୁ ଭେଟିବା ସହ ସେମାନଙ୍କର ଦୁଃଖ ବୁଝିବା ପାଇଁ ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଗସ୍ତ କରିବେ।

 

ଏହି ଉଦ୍ଦେଶ୍ୟରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ୧୦ଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। କମିଟିରେ ପାରଳାଖେମୁଣ୍ତି ବିଧାୟକ କେ.ସୁରିଆ ରାଓ, ପୂର୍ବତନ ବିଧାୟକ ରମେଶ ଜେନା, କଂଗ୍ରେସ ନେତା ଦୁର୍ଗାପ୍ରସାଦ ପଣ୍ତା, ପୁରୁଷୋତ୍ତମ ଗମାଙ୍ଗୋ, ତିରୁପତି ପାଣିଗ୍ରାହୀ, ସଦନ ନାୟକ, ତ୍ରିନାଥ ବେହେରା, ବିଭୂତି ପାତ୍ର, ଆପାଲାସ୍ବାମୀ କାଡ୍ରାକା ସଦସ୍ୟ ରହିଛନ୍ତି। ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତିଙ୍କୁ କମିଟିର ସ˚ଯୋଜକ ରହିଛନ୍ତି।