କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନିରଂଜନ: କହିଲେ,ନିର୍ବାଚନ ପୂର୍ବରୁ ବୃଦ୍ଧି କର ସର୍ବନିମ୍ନ ସହାୟକ ମୂଲ୍ୟ, ଚାଷୀଙ୍କୁ ଦିଅ ବୋନସ;ନଚେତ୍ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

187

କନକ ବ୍ୟୁରୋ: ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି ।

ବିଧାନସଭାରେ ହୋଇଥିବା ରିଜୋଲ୍ୟୁସନ ଅନୁଯାୟୀ ନିର୍ବାଚନ ପୂର୍ବରୁ ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବାପାଇଁ ସେ କହିଛନ୍ତି । ଇସ୍ତାହାରରେ ଥିବା କୌଣସି କଥାକୁ ସରକାର ରଖିଲେ ନାହିଁ ବୋଲି କହିଛନ୍ତି ନିରଂଜନା ଛତିଶଗଡ ସରକାରଙ୍କ ଠାରୁ କିଛି ଶିଖନ୍ତୁ ରାଜ୍ୟ ସରକାର । କଂଗ୍ରେସ ସରକାର କ୍ଷମତାକୁ ଆସିଲେ କୃଷି ଋଣ ଛାଡ କରିବ ବୋଲି ନିରଞ୍ଜନ କହିଛନ୍ତି ।