ଘଷିପୁରାରେ ରାଜନୈତିକ ହିଂସାକାଣ୍ଡକୁ ନେଇ ବଢ଼ିଲା ରାଜନୀତି । ରାମଚନ୍ଦ୍ରଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି

ଘଷିପୁରାରେ ରାଜନୈତିକ ହିଂସାକାଣ୍ଡକୁ ନେଇ ବଢ଼ିଲା ରାଜନୀତି

148

କନକ ବ୍ୟୁରୋ : ଘଷିପୁରାରେ ରାଜନୈତିକ ହିଂସାକାଣ୍ଡକୁ ନେଇ ବଢ଼ିଲା ରାଜନୀତି । ହତ୍ୟାର ଶିକାର ହୋଇଥିବା ରାମଚନ୍ଦ୍ର ବେହେରାଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ରାମଚନ୍ଦ୍ରଙ୍କ ପରିବାରକୁ ସମବେଦନା ଜଣାଇବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାନଗଲେ କଂଗ୍ରେସ ଜନ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତ ନିରଞ୍ଜନ । ରାମଚନ୍ଦ୍ର ଜଣେ ଦକ୍ଷ ନେତା ଓ ସଂଗଠକ ଥିଲେ ବୋଲି କହିବା ସହ ଏହି ଅଞ୍ଚଳରେ ବାରମ୍ବାର ହତ୍ୟାକାଣ୍ଡ ହେଉଛି । ତେବେ ପୋଲିସ ଯଦି ସଠିକ ଭାବରେ ଏହି ଘଟଣାର ତଦନ୍ତ କରିବ ତେବେ ହତ୍ୟାର ଶିକାର ହୋଇଥିବା ପରିବାର ଲୋକଙ୍କୁ ନ୍ୟାୟ ମିଳିବ ବୋଲି ନିରଞ୍ଜନ କହିଛନ୍ତି ।

ସୋମବାର ରାତିରେ ରାମଚନ୍ଦ୍ରଙ୍କ କେନ୍ଦୁଝର ଧକୋଟା ସ୍ଥିତ ଘର ନିକଟରେ ତାଙ୍କୁ ବିଭିତ୍ସ ଭାବେ ହତ୍ୟା କରିଥିଲେ ଦୁବୃର୍ତ । ଏହି ଘଟଣାରେ ମନ୍ତ୍ରୀ ବଦ୍ରିପାତ୍ରଙ୍କ ଗୋଷ୍ଠିର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଥିଲା ବିଜେପି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ ମନ୍ତ୍ରୀ । ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ସେପଟେ ଏହି ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି କେନ୍ଦୁଝର ପୋଲିସ୍ ।