ଆଧୁନିକ ଯୁଗର ବିଶ୍ୱକର୍ମା ଦୈତାରୀ ନାୟକଙ୍କୁ ଭେଟିଲେ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ! ସାହାଯ୍ୟ ପାଇଁ ଦେଲେ ପ୍ରତିଶୃତି

32

କନକ ବ୍ୟୁରୋ : ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମାଉଂଟେନ ମ୍ୟାନ ଦୈତାରୀ ନାଏକଙ୍କ ଗାଁ ତଳ ବୈତରଣୀକୁ ଗସ୍ତ କରିଛନ୍ତି । ସେଠାରେ ଦୈତାରୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ପାହାଡ କାଟି ଦୈତାରୀ ତିଆରି କରିଥିବା ନାଳ ଏବଂ ଚାଷ ଜମି ବୁଲି ଦେଖିଥିଲେ ନିରଞ୍ଜନ । ଏଥିସହ ଗ୍ରାମର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲାପାଳଙ୍କ ସହ ଫୋନରେ କଥାବାର୍ତା ହୋଇଥିଲେ ।

ସୂଚନା ଅନୁସାରେ ଦୈତାରି ନିଜ ଗାଁ ପାଖ ପାହାଡ ଉପରେ ଥିବା ଝରଣା ପାଣିକୁ ଚାଷ ଜମିକୁ ଆଣିବା ପାଇଁ ଦୀର୍ଘ ୩ କିଲୋମିଟର ପାହାଡ କାଟିଥିଲେ । ଏଥିପାଇଁ ତାଙ୍କୁ ୪ବର୍ଷର ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଆଉ ଦୈତାରୀଙ୍କ ଧୈର୍ଯ୍ୟ ଆଗରେ ବାଲିଘର ଭଳି ଭୁଷିଡ଼ି ପଡ଼ିଥିଲା ପାହାଡ଼ । ଆଉ ୪୦୦ ଏକର ଟାଙ୍ଗରା ଜମି ହୋଇଥିଲା ଶସ୍ୟଶାମଳା । କେବଳ ଦୈତାରୀଙ୍କ ଜମି ନୁହେଁ ପୂରା ଗାଁ ଲୋକଙ୍କ ଜମି ସବୁଜିମାରେ ହସି ଉଠିଥିଲା । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଦୈତାରୀଙ୍କୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିଲା ।