ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ରାଜ୍ୟ ପିସିସିର ଅର୍ଥ ପ୍ରଦାନ । ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ୨୦ ଲକ୍ଷର ଚେକ ଦେଲେ ନିରଂଜନ

ଆଇଜିଏଚର ଉନ୍ନତୀକରଣ ପାଇଁ ଓଡିଶାରୁ ଅର୍ଥ ସଂଗ୍ରହ କରିଥିଲା କଂଗ୍ରେସ

228

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ଓ ଏଆଇସିସି ଟିମ । ଆଇଜିଏଚ ସୁପର ସ୍ପେଶାଲିଟି ମେଡିକାଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିଛି ପିିସିସି । ପିଏମଓରେ ୨୦ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ ଦିଲ୍ଲୀ ଯାଇଥିଲା ।ରାଜ୍ୟ ପିସିସି ପକ୍ଷରୁ ଆଇଜିଏଚର ଉନ୍ନତୀକରଣ ପାଇଁ ଅର୍ଥ ଆଦାୟ କରାଯାଇଥିଲା ।

ତେବେ ଏହି ଅର୍ଥ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟୁଇଟ କରିବା ପରେ ରାଜ୍ୟ କଂଗ୍ରେସ ସୋସିଆଲ ମିଡିଆ ମାଧ୍ୟମରେ ଆଦାୟ କରାଯାଇଥିଲା। ଆଇଜିଏଚ୍କୁ ସୁପରସ୍ପେଶାଲିଟି କରିବାକୁ ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀ ସମୟ ନଦେବାରୁ କଂଗ୍ରେସ ବାଧ୍ୟ ହୋଇ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଏହି ଟଙ୍କା ଜମା କରିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।ଏହି ଟଙ୍କା ନିରଞ୍ଜନ ପଟ୍ଟନାୟକ ଅନ୍‌ଲାଇନ୍‌ରୁ ସଂଗ୍ରହ କରିଛନ୍ତି, ଯେତେବେଳେ ମୁକ୍ତିକାନ୍ତ ବିଶ୍ୱାଳ ଓଡ଼ିଶାରୁ ଦିଲ୍ଲୀ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟି ରାଉରକେଲାସ୍ଥିତ ଆଇଜିଏଚ୍‌କୁ ସୁପରସ୍ପେଶାଲିଟି କରିବା କାର୍ଯ୍ୟ ପୂରଣ ପାଇଁ ଦାବି କରିଥିଲେ।