ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗ : ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମହାନଦୀରେ ବ୍ୟାରେଜ୍ ନିର୍ମାଣ ପ୍ରସଙ୍ଗରେ ଓଡ଼ିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ୨୦୦୮ ମସିହାରେ ତତ୍କାଳୀନ ଜଳସଂପଦ ସଚିବ ସୁରେଶ ମହାପାତ୍ର ଏକ ସାକ୍ଷାତକାରରେ କହିଥିଲେ ଯେ ମହାନଦୀ ଉପରେ ୧୦୦ ବ୍ୟାରେଜ୍ ନିର୍ମାଣ ହେଲେ ଅସୁବିଧା ନାହିଁ। ମୁଖ୍ୟମନ୍ତ୍ରୀ ସବୁ କଥା ନିୟମିିତ ସମୀକ୍ଷା କରୁଛନ୍ତି। ତେବେ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର। ତେଣୁ ମୁଖ୍ୟମନ୍ତ୍ରୀ ଗୋଟିଏ ମୁହୂର୍ତ କ୍ଷମତାରେ ରହିବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରସାଦ ହରିଚନ୍ଦନ।