ଦିଲ୍ଲୀରେ ୨୦୧୯ ନିର୍ବାଚନ ନେଇ କଂଗ୍ରେସର ରଣନୀତି : ଓଡିଶାରୁ ଯୋଗଦେଲେ ପିସିସି ସଭାପତି ଓ ବିରୋଧୀ ଦଳ ନେତା

44

କନକ ବ୍ୟୁରୋ : ୨୦୧୯ ପାଇଁ କଂଗ୍ରେସର ମନ୍ଥନ । ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ପ୍ରସ୍ତୁତ କରିବାକୁ ଏବେଠାରୁ ଅଂଟା ଭିଡିଛି କଂଗ୍ରେସ । ଏଥି ପାଇଁ ଆଜି ଦିଲ୍ଲୀରେ ସବୁ ରାଜ୍ୟର କଂଗ୍ରେସ ପ୍ରଦେଶ ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ପ୍ରଚାର କରିବେ ଏବଂ ଶାସକ ଦଳକୁ ଘେରିବେ ସେ ନେଇ ରାଜ୍ୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ।

ବିଶେଷ କରି ଏନଡିଏ ସରକାର ବିରୋଧରେ ରାଫେଲ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ମିଳିଛି । ରାଫେଲ ଡିଲ୍ ଦେଶରେ ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନୀତି ବୋଲି କଂଗ୍ରେସ ଅଧ୍ୟକ୍ଷ କହି ଆସୁଛନ୍ତି । ଏହି ବୈଠକରେ ଓଡିଶାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ହୋଇଛନ୍ତି । ଗତକାଲି ଏହି ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ସ୍ୱର୍ଗତ ବାଜପେୟୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବା ପାଇଁ ରାହୁଲ ଯିବା ଫଳରେ ଶେଷ ମୁହୂର୍ତରେ ଏହି ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା ।

jitendra-singh

ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି ଆଗାମୀ ୩ଦିନ ଧରି ରାଜ୍ୟରେ ମାରାଥନ ବୈଠକ ଚାଲିବ । ସବୁ ଜିଲ୍ଲା କମିଟି ଅଧ୍ୟଦ ଯେଉଁ ନୂଆ କମିଟି ଅଧ୍ୟକ୍ଷ ହୋଇଛନ୍ତି ତାଙ୍କୁ ଡ଼କାଇ ବେଠକ କରାଯିବ । ଆଗାମୀ ନିର୍ବାଚନ ପାଇଁ କ’ଣ ରଣନୀତି ହେବା କିପରି ନିର୍ବାଚନ ପ୍ରଚାର କରାଯିବ ସେନେଇ ଆଲୋଚନା ହେବ ।