୨୦୧୯ ପାଇଁ କଂଗ୍ରେସର ମନ୍ଥନ । ଦିଲ୍ଲୀରେ ସବୁ ରାଜ୍ୟର ମୁଖିଆଙ୍କୁ ଭେଟିଲେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି

25

କନକ ବ୍ୟୁରୋ: ୨୦୧୯ ପାଇଁ କଂଗ୍ରେସର ମନ୍ଥନ । ଦିଲ୍ଲୀରେ ସବୁ ରାଜ୍ୟ ମୁଖିଆଙ୍କୁ ଭେଟିଲେ ରାହୁଲ । ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଏବେଠାରୁ ଅଂଟା ଭିଡିଛି କଂଗ୍ରେସ । ଏଥି ପାଇଁ ଆଜି ଦିଲ୍ଲୀରେ ସବୁ ରାଜ୍ୟର କଂଗ୍ରେସ ପ୍ରଦେଶ ମୁଖ୍ୟଙ୍କୁ ସାକ୍ଷାତ କରିଛନ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଗାମୀ ନିର୍ବାଚନରେ କେଉଁ ପ୍ରସଙ୍ଗକୁ ଆଧାର କରି ନିର୍ବାଚନ ପ୍ରଚାର କରିବେ ଏବଂ ଶାସକ ଦଳକୁ ଘେରିବେ ସେନେଇ ରାଜ୍ୟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ । ବିଶେଷ କରି ଏନଡିଏ ସରକାର ବିରୋଧରେ ରାଫେଲ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ମିଳିଛି ।

ରାଫେଲ ଡିଲ୍ ଦେଶରେ ସବୁଠାରୁ ବଡ ପ୍ରତିରକ୍ଷା ଦୁର୍ନୀତି ବୋଲି କଂଗ୍ରେସ ଅଧ୍ୟକ୍ଷ କହି ଆସୁଛନ୍ତି । ଏହି ବୈଠକରେ ଓଡିଶାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସାମିଲ ହୋଇଛନ୍ତି । ଆଜି ସନ୍ଧ୍ୟାରେ ଓଡିଶା କଂଗ୍ରେସର ତୁଙ୍ଗ ନେତାଙ୍କୁ ନେଇ ଏକ ବୈଠକ ବସିବ । ଆଗାମୀ ଦିନରେ କଂଗ୍ରେସର ରଣନୀତି ଓ ବ୍ଲୁପ୍ରିଂଟ କଣ ରହିବ ସେନେଇ ଆଲୋଚନା କରାଯିବ । ଅଗଷ୍ଟ ଶେଷ ସୁଦ୍ଧା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଆଜିଠୁ ଭୁବନେଶ୍ୱରେ ୩ଦିନ ଧରି କଂଗ୍ରେସର କବାଟ କିଳା ବୈଠକ ହେବ ।