ପିସିସି ନେତୃତ୍ୱରେ ସ୍ଥିତାବସ୍ଥା ନେଇ ଏଆଇସିସିର ଚିଠି : ବିଧାୟକଙ୍କ ପ୍ରଶ୍ନ, କୁଆଡେ ଗଲା ପର୍ଯ୍ୟବେକ୍ଷକଙ୍କ ଅନୁଧ୍ୟାନ ରିପୋର୍ଟ

31

କନକ ବ୍ୟୁରୋ :  ଯିଏ ନିଜ ନିର୍ବାଚନ ମଣ୍ଡଳୀରେ ଉଧେଇ ପାରୁନି, ସିଏ ସାରା ରାଜ୍ୟରେ କଂଗ୍ରେସକୁ କିଭଳି ସମ୍ଭାଳିବେ । ଏଭଳି ଏକ ବୟାନ ଦେଇ ସିଧାସଳଖ ପ୍ରଦେଶ କଂଗ୍ରେସର ନେତୃତ୍ୱ ନେଉଥିବା ପ୍ରସାଦ ହରିଚନ୍ଦନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସୁନ୍ଦରଗଡ଼ ବିଧାୟକ । ପରବର୍ତୀ ନିଷ୍ପତ୍ତି ନହେବା ଯାଏଁ ପିସିସି ସଭାପତି ପରିବର୍ତନ ହେବ ନାହିଁ ବୋଲି ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ଚିଠି ଜରିଆରେ ସ୍ପଷ୍ଟ କରିଦେଇଛନ୍ତି । ଠିକ୍ ସେତିକି ବେଳେ ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଛତିଶଗଡ଼ ଇଲେକ୍ସନ କମିଟିକୁ ପାରିତ କରିଥିବା ବେଳେ ଭୁପେଶ ବାଘେଲ ସଭାପତି ଦାୟିତ୍ୱ ବଜାୟ ରଖିଛନ୍ତି । ଏହା ସହ ଦୁଇ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ପିସିସି ପରିବର୍ତନ ନେଇ ଦାବି ଜୋରଦାର ହେବା ପରେ କେନ୍ଦ୍ରରୁ ଆସିଥିବା ପର୍ଯ୍ୟବେକ୍ଷକ ଟିମ୍ ଅନୁଧ୍ୟାନ କରି ଫେରିଗଲେ ସିନା, ହେଲେ ଫଳାଫଳ କିଛି ଜଣାପଡ଼ିଲା ନାହିଁ ।

୨୦୧୯ ନିର୍ବାଚନ ପାଇଁ ଯେତେବେଳେ ବିଜେଡି ଏବଂ ବିଜେପି ତୃଳମୂଳସ୍ତରରେ ସଂଗଠନ ମଜବୁତ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରତିଦିନ କୌଣସି ନା କୌଣସି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯାଉଛନ୍ତି । ଠିକ୍ ସେିତିକି ବେଳେ ଏବେବି କଂଗ୍ରେସ ସେଇ ନେତୃତ୍ୱ ପରିବର୍ତନର କୋଲକଧନ୍ଦା ଭିତରେ ଛନ୍ଦି ହୋଇ ରହିଛି ।