କଳି ଦେଖିଲେ କେନ୍ଦ୍ରୀୟ ନେତା ! ଅଲଗା ଅଲଗା ଭେଟିଲେ କଂଗ୍ରେସ୍ ବିଧାୟକ ଓ ସଭାପତି

24

କନକ ବ୍ୟୁରୋ : ସୋନିଆଙ୍କ ଦୂତ ସାଜି ଆସିଥିଲେ, ଓଡ଼ିଶାରୁ କଂଗ୍ରେସ୍ ବିଧାୟକଙ୍କ ବାର୍ତା ନେଇ ଫେରିଲେ । ଆଉ ଏହାରି ଭିତରେ ରାଜ୍ୟ କଂଗ୍ରେସର କନ୍ଦଳ ଦେଖିଲେ କେନ୍ଦ୍ରୀୟ ନେତା । ରାଷ୍ଟ୍ରପତି ନିର୍ବାଚନରେ ୟୁପିଏ ସମର୍ଥୀତ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ନେଇ ବୁଝାଇବାକୁ ଆସିଥିଲେ କେନ୍ଦ୍ରୀୟ ନେତା । ଏହା ସହ ରାଜ୍ୟ କଂଗ୍ରେସର ସ୍ଥିତି ନେଇ ଆଲୋଚନା ବି କଲେ । ହେଲେ ବିଧାୟକ ଏବଂ ପିସିସି ସଭାପତିଙ୍କୁ ଭେଟିଲେ ଅଲଗା ଅଲଗା ।

ସୂଚନା ଅନୁସାରେ, ବିଧାୟକ ଦଳ ପିସିସି ବିରୁଦ୍ଧରେ ଫେରାଦ ହୋଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କିଏ ସଭାପତି ହେଲେ କଂଗ୍ରେସ ସଂଗଠନ ସୁଦୃଢ ହେବ ତାକୁ ନେଇ ଆଲୋଚନା ମଧ୍ୟ କରିଛନ୍ତି । ଆଉ ଏହି ଅଭିଯୋଗ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରେ ପହଂଚିବ ବୋଲି ଆଶ୍ୱାସନା ଦେଲେ ଏଆଇସିସି ପର୍ଯ୍ୟବେକ୍ଷକ ସିଦ୍ଧାର୍ଥ ପଟେଲ । କିନ୍ତୁ ବଡ କଥା ହେଲା ବୈଠକରେ ଉପସ୍ଥିତ ନଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ମିଳିଥିବା ସୂଚନା ଅନୁସାରେ ଅଲଗା ଭାବେ ପର୍ଯ୍ୟବେକ୍ଷକ ସିଦ୍ଧାର୍ଥ ପଟେଲ ସାକ୍ଷାତ କଲେ ପ୍ରସାଦଙ୍କୁ ।