କୋହିନୁର ରାଜନୀତି

47

କୋହିନୁର ହୀରା କାହାର । ବିବାଦରେ ରହିଛି ଅରବ ମୂଲ୍ୟର ଏହି ହିରାର କାହାଣୀ । ଏବେ ଏହି ଦୂର୍ମୁଲ୍ୟ ହିରାକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ୧୮୩୯ରେ ତକ୍ରାଳୀନ କୋହୀନୂରର ମାଲିକ ନିଜ ଶେଷ ଇଚ୍ଛା ପତ୍ରରେ ହୀରାକୁ ପୁରୀ ଜଗନ୍ନାଥ ମନ୍ଦିରଙ୍କୁ ଦାନ କରିବାକୁ ଚାହିଁଥିଲେ । ଖାଲି ସେତିକି ନୁହେଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପ୍ରସାଦ । କେନ୍ଦ୍ର ସରାକର ଓ ବ୍ରିଟେନ ସରକାର ଗୁପ୍ତ ବୁଝାମଣା ହୋଇଛି ବୋଲି ଅଭିଯୋଗ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପ୍ରସାଦ ।

ତେବେ ଏହି ହୀରା ପ୍ରକୃତରେ କାହାର ତାକୁ ନେଇ ଚାଲିଛି ଟଣା ଓଟରା । ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କୋହୀନୁର ହୀରା ଫେରାଇ ଆଣିବା ସଂପର୍କରେ ଯବାବ ମାଗିଛି କେନ୍ଦ୍ର ସରକାରକୁ । ତେବେ ରାଜ୍ୟ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଏବେ ଓଡିଶାବାସୀଙ୍କୁ ନୂଆ ଉତ୍ସାହ ଭରିଦେଇଛି । ଜୁଲାଇ ୨ ତାରିଖ ୧୮୩୯ ମସିହାରେ ପେଶୱାରର ରାଜନୈତିକ ଏଜେଂଟ ଏକ ଚିଠି ମାଧ୍ୟମରେ ରାଜା ରଣଜିତ ସିଂ ତଥା ତକ୍ରାଳୀନ କୋହୀନୁରର ମାଲିକ ନିଜର ଶେଷ ଇଚ୍ଛା ପତ୍ର ମାଧ୍ୟମରେ ଜଣାଇଛନ୍ତି । ଯେଉଁଥିରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀର ରାଜନୈତିକ ପରାମର୍ଶଦାତାଙ୍କୁ ଜଣାଇଛନ୍ତି ତାଙ୍କ ପରେ ସେ ତାଙ୍କ ସମସ୍ତ ଅଳଙ୍କାର ଓ କୋହୀନୂର ହୀରାକୁ ପୁରୀ ଜଗନ୍ନାଥ ମନ୍ଦିରଙ୍କୁ ଦାନ କରିବାକୁ ଚାହିଁଛନ୍ତି ।

ଦିନକୁ ଦିନ କୋହିନୁର ହୀରାର କାହାଣୀ ହୋଇ ଯାଉଛି ବିବାଦୀୟ । ପ୍ରକୃତରେ ଏହାର ଦାବିଦାର କିଏ ତାହାର ସ୍ପଷ୍ଟ ଚିତ୍ର ଏପର୍ଯ୍ୟନ୍ତ ଆସିପାରୁନି । ଅତିତର କାହାଣୀ ଅନୁଯାୟୀ ଏହି ମୂଲ୍ୟବାନ୍ ହୀରା ଅନେକଙ୍କୁ କାଙ୍ଗାଳ କରିଥିଲେ ବି ବ୍ରିଟେନ୍ ରାଜ ପରିବାର ପଡିଯାଇଥିଲେ ଏହି ହୀରାର ମୋହରେ । ଏବେବି ବ୍ରିଟେନ୍ ମୁ୍ୟଜିୟମରେ ଶୋଭା ପାଉଛି ଏହି କୋହିନୁର ହୀରା । ଭବିଷ୍ୟତରେ ଏହାର ମାଲିକ କିଏ ହେବ ତାହା କେବଳ ସମୟ କହିବ ।