କନକ ବ୍ୟୁରୋ : ରାଜ୍ୟରେ ପିସିକାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀରେ ପିସି କାରବାର ଚାଲିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଏକ ଅଭିଯୋଗ ଆସିଛି ହିଞ୍ଜିଳି ବ୍ଲକ ଅର୍ନ୍ତଗତ ସାପୁଆପଲ୍ଲି ଗ୍ରାମରୁ । ଜଣେ ଦିବ୍ୟାଂଗ ଇନ୍ଦିରା ଆବାସ ପାଇବା ପାଇଁ ଲାଂଚ ଦେଇପାରୁନଥିବାରୁ ତାଙ୍କୁ ଘରଟିଏ ମିଳୁନଥିବାର ଅଭିଯୋଗ କରିଛନ୍ତି ।