ପିସି ନେଇ ନେତାଙ୍କ କଳି ! ଜୁଏଲ୍ କହିଲେ ଦୁର୍ନୀତିରେ ଆକଂଠ ବୁଡିଛନ୍ତି ସରକାର

21

କନକ ବ୍ୟୁରୋ : ପିସି କାରବାରକୁ ନେଇ ପୁଣି ଜୋର୍ ଧରିଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ଅଭିଯୋଗ, ଦୁର୍ନୀତିରେ ଆକଂଠ ବୁଡିଛନ୍ତି ରାଜ୍ୟ ସରକାର । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ଆରୋପର କଡା ଜବାବ ରଖିଛି ବିଜେଡି । ତେବେ ଗ୍ରାମାଂଚଳରେ ପିସି କାରବାର ରୋକିବାକୁ ଜିଲ୍ଲାପାଳମାନଙ୍କୁ, ମୁଖ୍ୟ ଶାସନ ସଚିବଙ୍କ ଚିଠି ପରେ ପୁଣି ଚର୍ଚ୍ଚାକୁ ଆସିଛି ଏହି ପ୍ରସଙ୍ଗ । କିଛି ଦୁର୍ନୀତିଖୋର ଅଫିସର ଓ ନେତାଙ୍କ ପିସି କାରବାର ପାଇଁ ସରକାରଙ୍କ ଛବି ଖରାପ ହେଉଥିବା ସେ ଚିଠିରେ ଲେଖଛନ୍ତି । ଏହାକୁ ରୋକିବା ପାଇଁ ଜିଲ୍ଲପାଳମାନଙ୍କୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ ।