ପିସି କାରବାର ବନ୍ଦ ପାଇଁ ସରକାରଙ୍କ କଡା ଆଭିମୁଖ୍ୟ ! ଗରିବଙ୍କୁ ଘର ଯୋଜନାରେ ପିସି କାରବାର ହେଲେ ହେବ ମାମଲା

30

କନକ ବ୍ୟୁରୋ: ପିସି ବନ୍ଦ ପ୍ରସଙ୍ଗରେ ରାଜ୍ୟ ସରକାର ଆଜି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗରିବଙ୍କୁ ଘର ଯୋଜନାରେ ପିସି କଥା ଜଣାପଡିଲେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପଂଚାୟତିରାଜ ସଚିବ ଦେଓରଂଜନ ସିଂ ।

ଏ ବାବଦରେ ମୁଖ୍ୟ ସଚିବ ସବୁ ଜିଲ୍ଲାର ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି । ଗରିବଙ୍କୁ ଘର ଯୋଜନାରେ ପିସି କାରବାରକୁ ରୋକିବା ଲାଗି ଏଣିକି ହିତାଧିକାରୀଙ୍କ ତାଲିକା ପଂଚାୟତ କାନ୍ଥରେ ମରାଯିବ ।