ବିଧାୟକ ମାଗିଲେ ପିସି ! ଭଦ୍ରକ ନଳଗୋହିରା ଗାଁରେ ମନ୍ଦିର ନିର୍ମାଣ ପାଇଁ ବିଧାୟକ ୧୦ହଜାର ଟଙ୍କା ଦାବି କରିଥିବା ଅଭିଯୋଗ

12

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ଗାଁରେ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପିସି ମାଗିଥିବା ଅଭିଯୋଗ । ବିଧାୟକ ପିସି ମାଗିବାକୁ ବିରୋଧ କରି ଫଳକ ଭାଙ୍ଗିଲେ ଗ୍ରାମବାସୀ । ଗାଁରେ ୩୨ଫୁଟର ଏକ ହନୁମାନ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ମନ୍ଦିର ନିର୍ମାଣ ପାଇଁ ବିଧାୟକଙ୍କୁ ସହାୟତା ମାଗିଥିଲେ ଗ୍ରାମବାସୀ । ତେବେ ଏଥିପାଇଁ ବିଧାୟକ ବ୍ୟୋମକେଶ ରାୟ ୨୦୧୬-୧୭ବର୍ଷରେ ୫୦ହଜାର ଟଙ୍କା ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏନେଇ ଫଳକ ମଧ୍ୟ ନିର୍ମାଣ କରାଯାଇଥିଲା । ଏହାର ସାତ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ଟଙ୍କା ମିଳିନାହିଁ । ତେବେ ଟଙ୍କା ଦେବା ପାଇଁ ବିଧାୟକ ପରୋକ୍ଷ ଭାବରେ ୧୦ହଜାର ଟଙ୍କା ପିସି ବାବଦକୁ ମାଗିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁଲୋକେ ବାଧ୍ୟ ହୋଇ ୩ହଜାର ଟଙ୍କା ଦେଇଥିଲେ । ତେବେ ବିଧାୟକ ଆହୁରୀ ୬ହଜାର ୫ଶହ ଟଙ୍କା ଦାବି କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି । ଏହାସହ ଏହାକୁ ବିରୋଧ କରି ଗାଁଲୋକେ ଫଳକକୁ ଭାଙ୍ଗି ଦେଇଛନ୍ତି ।