ଆସନ୍ତା ୯ରେ ୟୁଏଇରେ ୫ମ ଦୃଷ୍ଟିହୀନ ଦିନକିଆ କ୍ରିକେଟ ବିଶ୍ୱକପ । ଭାରତୀୟ ଦଳରେ ସାମିଲ ହୋଇଛନ୍ତି ୨ ଓଡ଼ିଆ ଖେଳାଳି

21

କନକ ବ୍ୟୁରୋ: ଚଳିତମାସ ୮ ତାରିଖରେ ଖେଳାଯିବ ୫ମ  ଦିନିକିଆ ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ । ଭାରତୀୟ ଦଳରେ ସାମିଲ ହୋଇଛନ୍ତି ୨ ଓଡ଼ିଆ ଖେଳାଳି ଇକବାଲ ଜାଫର ଓ ପଙ୍କଜ ଭୁଏ । ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟୁଥିବାବେଳେ ଦ୍ୱିତୀୟ ମ୍ୟାଚ ପାକିସ୍ଥାନ ସହ ଖେଳିବ ।

ଭାରତ-ପାକିସ୍ତାନ ମଧ୍ୟର ସମ୍ପର୍କ ଭଲନଥିବାରୁ ଭାରତ ସରକାର ପାକିସ୍ତାନ ଯିବାକୁ ଭାରତୀୟ ଦଳକୁ ଅନୁମତି ଦେଇନଥିଲେ ।  ଫଳରେ ପାକିସ୍ତାନ ସମେତ ଭାରତ ଖେଳିବାକୁଥିବା ମ୍ୟାଚ ୟୁଏଇରେ ଖେଳାଯିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଏହି ଦୁଇ ଖେଳାଳି ଆଜି ୟୁଏଇ ଯିବେ ।