ଆରମ୍ଭ ହେଲା ପେଟିଏମର ପେମେଣ୍ଟ ବ୍ୟାଙ୍କ ! ୨୫ ହଜାର ଜମା କଲେ ମିଳିବ ୨୫୦ ଟଙ୍କାର କ୍ୟାସବ୍ୟାକ୍

71

ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ ମଙ୍ଗଳବାର ନିଜର ପେମେଣ୍ଟ ବ୍ୟାଙ୍କ ଲଞ୍ଚ କରିଛି । ଏହି ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଟଙ୍କା ଜମା କଲେ ୪ ପ୍ରତିଶତ ସୁଧ ସହ କ୍ୟାସବ୍ୟାକ ଦେବ ବୋଲି ସୂଚନା ରହିଛି । ଆପଣ ଯଦି ପେଟିଏମ ବ୍ୟାଙ୍କ ଖାତାରେ ୨୫,୦୦୦ ଟଙ୍କା ଜମା କରୁଛନ୍ତି, ତେବେ ଏଥିରେ ଆପଣଙ୍କୁ ୨୫୦ ଟଙ୍କାର କ୍ୟାସବ୍ୟାକ୍ ମଧ୍ୟ ମିଳିବ ।

ଏହା ବ୍ୟତୀତ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା ଅନଲାଇନ ଟ୍ରାନଜାକ୍ସନ ଉପରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଏହାସହ ଯେଉଁମାନେ ପେଟିଏମରେ ଆକାଉଣ୍ଟ ଖୋଲିଛନ୍ତି ସେମାନଙ୍କୁ ସର୍ବନିମ୍ନ ରାଶି ରଖିବା ବାଧ୍ୟତାମୂଳକ ନୁହଁ । ପେଟିଏମ ୨୦୨୦ ପର୍ୟ୍ୟନ୍ତ ୫୦ କୋଟି ଗ୍ରାହକ ପାଇଁ ଟାର୍ଗେଟ ରଖିଛି ।

– ପେଟିଏମ ପେମେଣ୍ଟ ବ୍ୟାଙ୍କ ଆସନ୍ତା ୨ ବର୍ଷରେ ଦେଶ ସାରା ନିଜର ବ୍ୟାଙ୍କିଙ୍ଗ୍ ନେଟୱର୍କ ତିଆରି କରିବା ପାଇଁ ୪୦୦ କୋଟି ଟଙ୍କା ଅର୍ଥ ବିନିଯୋଗ କରିଛି । ଏହି ବ୍ୟାଙ୍କକୁ ଚୀନ କମ୍ପାନୀ ‘ଅଲୀବାବା’‘ଜାପାନ ଗ୍ରୁପ ଷ୍ଟକ ବ୍ୟାଙ୍କ’ ର ଆର୍ଥିକ ସହାୟତା ରହିଛି ।

– ପେଟିଏମ ବ୍ୟାଙ୍କରେ କୌଣସି ବି ସାଧାରଣ ବ୍ୟାଙ୍କ ପରି ଖାତା ଖୋଲାଯାଇ ପାରିବ । କମ୍ପାନୀ ଅପରେସନ ଆରମ୍ଭ କରିବା ପୂର୍ବରୁ ତାକୁ ଏନେଇ ମଞ୍ଜୁରୀ ମଧ୍ୟ ମିଳିସାରିଛି ।

– କମ୍ପାନୀ ପ୍ରଥମ ବର୍ଷରେ ହିଁ ୩୧ ଟି ବ୍ରାଞ୍ଚ ଓ ୩୦୦୦ ଗ୍ରାହକ ସେବା ପଏଣ୍ଟର ଟାର୍ଗେଟ ରଖିଛି ।

ଜାଣନ୍ତୁ କିପରି ଖୋଲିବେ ଆକାଉଂଟ –

-ପେଟିଏମ ତରଫରୁ ଗ୍ରାହକଙ୍କୁ ପଠା ଯାଇଥିବା ଏସଏମଏସରେ କୁହାଯାଉଛି ୱାଲେଟରେ ରଖା ଯାଇଥିବା ଟଙ୍କାକୁ ପେଟିଏମ ପେମେଣ୍ଟ ବ୍ୟାଙ୍କ ଲିମିଟେଡକୁ ଟ୍ରାନ୍ସଫର କରିଦିଆଯିବ ।

– ଏବେ ପେଟିଏମ ପାଖରେ ଅଛନ୍ତି ୨୨ କୋଟି ଗ୍ରାହକ, ଯେଉଁମାନେ ଡିଜିଟାଲ ୱାଲେଟ ବ୍ୟବହାର କରୁଛନ୍ତି । ତାଙ୍କର ୱାଲେଟ ହିଁ ପେମେଣ୍ଟ ବ୍ୟାଙ୍କରେ ବଦଳିଯିବ ।

– ଏହାପରେ ଗ୍ରାହକଙ୍କୁ କେୱାଇସି କରାଇବାକୁ ପଡିବ ଏବଂ ତାଙ୍କର ଆକାଉଂଟ ଖୋଲିଯିବ ।

                                                      ସୌଜନ୍ୟ-ମନିଭାସ୍କର.କମ