ପାର୍ବଣ ଋତୁ ପୂର୍ବରୁ ପେଟିଏମର ଧମାକା ! ଲଂଚ ହେଲା ‘ପେଟିଏମ ମଲ’

43

ବିମୁଦ୍ରାୟନ ପରେ ଭାରତରେ ଇ-କମର୍ସ କମ୍ପାନୀ ଗୁଡିକର ବ୍ୟବସାୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହାକୁ ନେଇ କେତେକ ସ୍ୱଦେଶୀ କମ୍ପାନିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ଏହାର ଫାଇଦା ଉଠାଇବା ପାଇଁ ବିଦେଶୀ କମ୍ପାନିମାନେ ବି ଅଣ୍ଟାଭିଡ଼ିଛନ୍ତି । ତେବେ ନିକଟରେ ଇ-କମର୍ସ କମ୍ପାନୀ ପେଟିଏମ୍ ନୂତନ ଆପ୍ ‘ପେଟିଏମ୍ ମଲ’ ଲଞ୍ଚ୍ କରିଛି । ଏହି ଆପ୍ ଆଣ୍ଡ୍ରଏଡ ଫ୍ଲାଟଫର୍ମ ସହିତ ଜଡ଼ିତ । ପାର୍ବଣ ଋତୁ ପୂର୍ବରୁ ପେଟିଏମ୍ ଇ-କମର୍ସ ପ୍ରାଇଭେଟ୍ ଲିମିଟେଡ଼, ‘ପେଟିଏମ୍ ମଲ ଆପ’ ଲଂଚ କରିଛି । ଯେଉଁଠି ୧୦୦ ବ୍ରାଣ୍ଡ ଷ୍ଟୋର ଓ ୧୫,୦୦୦ ବ୍ରାଣ୍ଡ ଅଧିକୃତ ରିଟେଲର, ୬.୫ କୋଟିରୁ ଅଧିକ ସାମଗ୍ରୀ ବିକ୍ରି କରୁଛନ୍ତି ।

ପେଟିଏମ୍ ମଲ ଆପ ଜରିଆରେ ଏହି ବ୍ରାଣ୍ଡ ଷ୍ଟୋରରୁ ସାମଗ୍ରୀ କିଣିଲେ ନିକଟତମ ବ୍ରାଣ୍ଡ ଅଧିକୃତ ସ୍ଥାନୀୟ ରିଟେଲର ଦ୍ୱାରା ଡେଲିଭରୀ କରାଯିବ । ପେଟିଏମ ଏନେଇ ମଙ୍ଗଳବାର ଦିନ ଏକ ବିସ୍ତୁତ ସୂଚନା ଦେଇଛି । ପେଟିଏମ ତରଫରୁ କୁହଯାଇଛି, ସେ଼ ଅନଲାଇନ୍ ରିଟେଲର ସହ ବ୍ୟବସାୟୀଙ୍କ ମଧ୍ୟରେ ସସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଚଳାଇଛି । ଏହି ନୂତନ ଆପ ରିଟଲର କ୍ଷମତାକୁ ଅଧିକ ଉଚ୍ଚକୋଟୀର କରିବ ଏବଂ ଜୀବନରେ ଗରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିବ ।

ପେଟିଏମ ମଲରେ ଗ୍ରାହକ ଆପଲ, ସାମସଙ୍ଗ, ଅପ୍ପୋ, ସୋନୀ, ଏଚପି, ଲେନୋଭୋ, ଫିଲିପ୍ସ, ପୁମା, ଏଲେନ ସୋଲେ, ଲି, ପେପେ , ଲିଭାଇସ, ବେରୋମୋଡ଼ା, ବିଇଂ ହ୍ୟୁମାନ୍, ଉଡ଼ଲାଣ୍ଡ, ରେଡ଼ ଟପ୍, ଫୋସିଲ ସହିତ ଆଉ ଅନେକ ବ୍ରାଣ୍ଡର ସାମଗ୍ରୀ କିଣିପାରିବେ । ଏହାସହ ଗ୍ରାହକ ନିକଟତମ ବ୍ରାଣ୍ଡ ଅଧିକୃତ ଷ୍ଟୋର ଓ ସ୍ୱାନୀୟ ବ୍ୟବସାୟୀଙ୍କ ମୂଲ୍ୟ ମଧ୍ୟ ଦେଖିପାରିବେ ଯେଉଁମାନେ ସେହି ସାମଗ୍ରୀ ଗୁଡ଼ିକ ତାଙ୍କୁ ଡେଲିଭର କରିବେ । ଗ୍ରାହକ ଓ ବ୍ୟବସାୟୀ ଅର୍ଡ଼ର କରିବା ସମୟରେ ନିଜର ଜିଏସଟି ଆଇଏନ ନମ୍ବର ମଧ୍ୟ ଦେଇପାରିବେ । ଏବଂ ନିଜର ଜରୁରୀ ତଥ୍ୟ ହାସଲ କରିପାରିବେ । ଏହି ଆପର ପ୍ରୟୋଗ କରିବା ପରେ ଟ୍ୟାକ୍ସର କ୍ରେଡିଟ ଦାବି କରିପାରିବେ ଗ୍ରାହକ ।

ପେଟିଏମ ମଲର ମୁଖ୍ୟ ପରିଚାଳନା ଅଧିକାରୀ ଅମିତ ସିଂହ୍ନା କହିଛନ୍ତି, ଆମର ଏହି ମିଶନର ଲକ୍ଷ୍ୟ ହେଲା ବିଶ୍ୱସ୍ତରୀୟ କିଣାବିକା ପ୍ଲାଟଫର୍ମକୁ ନର୍ମାଣ କରିବା । ଯେଉଁଠି ଉପଭୋକ୍ତା ବା ଗ୍ରାହକ ଅସଲ ପ୍ରଡ଼କ୍ଟ କିଣିପାରିବେ । କେବଳ ଏତିକି ନୁହେଁ ଏହା ଦ୍ୱାରା ଗ୍ରାହକମାନେ ନିଜର ନିକଟତମ ବ୍ରାଣ୍ଡ ଅଧିକୃତ ସ୍ଥାନୀ ରିଟେଲର ତାହାର ଡେଲିଭରୀ ପାଇପାରିବେ । ଆମେ ଭାରତରେ ସବୁଠାରୁ ବଡ଼ ବିଶ୍ୱସ୍ତରୀୟ ରିଟେଲ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଲକ୍ଷ୍ୟରେ ରଖିଛୁ । ସୂଚନାଯୋଗ୍ୟ ପେଟିଏମ୍ ପୂର୍ବରୁ ପେଟିଏମ୍ ଗୋଲ୍ଡ ନାମକ ଏକ ଆପ୍ ଲଞ୍ଚ୍ କରିଥିଲା । ଏହି ଆପ୍ ଜରିଆରେ ବ୍ୟବହାରକାରୀ ସୁନା କିଣି ପାରୁଥିଲେ । ତେବେ ଏବେ ପେଟିଏମରେ ସୁନା କିଣା ଯିବା ସହିତ ବିକ୍ରି ମଧ୍ୟ କରାଯାଇ ପାରିବ ।

ଏଥିସହିତ ଖୁବ୍ ଅଳ୍ପ ସମୟ ମଧ୍ୟରେ ପେଟିଏମ୍ ଲକର୍ସରେ ସୁନା ମଧ୍ୟ ଗଚ୍ଛିତ ରଖା ଯାଇପାରିବ । ଭାରତରେ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକଙ୍କ ପାଇଁ ପେଟିଏମ୍ ଗୋଲ୍ଡ ହେଉଛି ପ୍ରଥମ ଅନଲାଇନ୍ ସେବା, ଯେଉଁଥିରେ ଲୋକମାନେ ପେଟିଏମ୍ ଗୋଲ୍ଡ ଜରିଆରେ ବିନା କୌଣସି ଅତିରିକ୍ତ ଶୁଳ୍କରେ ସୁନା କିଣିବା ସହିତ ବିକ୍ରି କରି ପାରିବାର ସୁବିଧା ଉପଲବ୍ଧ ରହିଛି । ଏହାସହ ଲୋକଙ୍କ ସୁବିଧା ପାଇଁ ପେଟିଏମ୍ ଲଞ୍ଚ୍ କରିଥିଲା ପେଟିଏମ୍ ବ୍ୟାଙ୍କ୍ । ପେଟିଏମ୍ ନିଜର ଇ-ଓ୍ଵାଲେଟ ବିଜିନେସ୍କୁ ପେଟିଏମ୍ ବ୍ୟାଙ୍କଙ୍କୁ ସ୍ଥାନାନ୍ତରିତ କରିଥିଲା  । ଏହାକୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁମୋଦନ କରିଥିଲା ।