କ୍ରେଡିଟ କାର୍ଡ ଲଞ୍ଚ କଲା ପେଟିଏମ । ପ୍ରତି ସପିଂରେ ଗ୍ରାହକଙ୍କୁ ମିଳିବ କ୍ୟାସବ୍ୟାକ୍

447

ପେଟିଏମ ନୂଆ ଧରଣର କ୍ରେଡିଟ କାର୍ଡ ଲଞ୍ଚ କରିଛି । ସିଟି ବ୍ୟାଙ୍କକୁ ପାର୍ଟନର କରି ଏହି ନୂଆ କେଡ୍ରିଟ କାର୍ଡ ଲଞ୍ଚ କରିଛି ପେଟିଏମ । ଯେଉଁଥିରେ ଗ୍ରାହକଙ୍କୁ ସପିଂ ସହ ଅନେକ ଅଫର ଦିଆଯିବ । ତେବେ ଏହି କାର୍ଡ ପାଇଁ ଗ୍ରାହକଙ୍କୁ ବାର୍ଷିକ ୫୦୦ ଟଙ୍କା ଦେବାକୁ ପଡିବ । କିନ୍ତୁ ବର୍ଷକୁ ୫୦୦୦୦ ଟଙ୍କାର ସପିଂ ଏହି କାର୍ଡରେ କଲେ ଗ୍ରାହକଙ୍କୁ ୫୦୦ ଟଙ୍କା ଦେବାକୁ ପଡିବ ନାହିଁ ।

ପେଟିଏମ କ୍ରେଡିଟ କାର୍ଡ ପାଇଁ ଗ୍ରାହକଙ୍କୁ ପେଟିଏମ ଆପରେ ଆବେଦନ କରିବାକୁ ପଡିବ । କମ୍ପାନିର କହିବା ଅନୁଯାୟୀ, ଗ୍ରାହକଙ୍କୁ ଏହି କ୍ରେଡିଟ କାର୍ଡ ସହ ଅତିରିକ୍ତ ୧% କ୍ୟାସବ୍ୟାକ୍ ମଧ୍ୟ ଦିଆଯିବ । ପ୍ରତି ମାସରେ କ୍ୟାସବ୍ୟାକକୁ କ୍ରେଡିଟ କାର୍ଡକୁ ପଠାଇଦିଆଯିବ । ପ୍ରତି କାର୍ଡରେ ପେଟିଏମ ପକ୍ଷରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋମୋକୋର୍ଡ ମିଳିବ । କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ଅତି କମରେ ଏହି କ୍ରେଡିଟ କାର୍ଡରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସପିଂ କରିବାକୁ ପଡିବ ।

ପେଟିଏମର ଏହି କାର୍ଡ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ କାମ କରିବ । ପେଟିଏମର ଡେବିଟ କାର୍ଡ କେବଳ ଦେଶରେ ବୈଧ ହୋଇଥିବା ବେଳେ କ୍ରେଡିଟ କାର୍ଡରେ ବିଦେଶରୁ ମଧ୍ୟ ସପିଂ କରିପାରିବେ । ଯେହେତୁ କମ୍ପାନି ସିଟି ବ୍ୟାଙ୍କକୁ ନିଜ ପାର୍ଟନର କରିଛି ତେଣୁ ଏହି କାର୍ଡକୁ ଅନ୍ୟ ଦେଶରେ ମଧ୍ୟ ଗ୍ରହଣ କରାଯିବ । ଏହି କ୍ରେଡିଟ କାର୍ଡ ଅନ୍ୟ କେଡ୍ରିଟ କାର୍ଡ ଭଳି କାମ କରିବ ଓ ବିଲ ପେମେଣ୍ଟ ପାଇଁ ମଧ୍ୟ ଗ୍ରାହକ ଏହାକୁ ବ୍ୟବହାର କରିପାରିବେ ।