କର୍ମଚାରୀଙ୍କୁ କୋଟିପତି ବନାଇଦେଲା ପେଟିଏମ ସେୟାର ! ୨୦୦ କର୍ମଚାରୀ କେମିତି ପାଇଲେ ୩୦୦ କୋଟି

56

ପେଟିଏମ କମ୍ପାନିର ସେୟାର ବିକି କୋଟିପତି ହେଲେ ୨୦୦ କର୍ମଚାରୀ । ପେଟିଏମ କମ୍ପାନୀର ୨୦୦ କର୍ମଚାରୀ ପ୍ରାୟ ୩୦୦ କୋଟି ଟଙ୍କାର ସେୟାର ବିକ୍ରି କରିବା ସହ କୋଟିପତି ହୋଇଛନ୍ତି । ଏନେଇ ମଙ୍ଗଳବାର କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି । ଦିନକୁ ଦିନ ଅନଲାଇନ ପେମେଣ୍ଟ ଆପ ପେଟିଏମର ଲୋକପ୍ରିୟତା ବଢିବାରେ ଲାଗିଛି । କ୍ୟାସଲେସ ଟ୍ରାଞ୍ଜାକସନ ପାଇଁ ଅଧିକାଂଶ ଲୋକ ପେଟିଏମ ଆପ ବ୍ୟବହାର କରୁଛନ୍ତି । ସୋମବାର କମ୍ପାନି ଘୋଷଣା କରି କହିଛି ଯେ, ପେଏଟିମର ମାକେର୍ଟ ଭ୍ୟାଲୁ ଏବେ ୬୩,୫୩୭ କୋଟିରେ ପହଞ୍ଚିଛି ।

downloadପେଟିଏମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ କମ୍ପାନିର ମାର୍କେଟ ଭ୍ୟାଲୁ ୧୦ ବିଲିୟନ ୟୁଏସ ଡଲାରରେ ପହଞ୍ଚିଛି । ପୂର୍ବବର୍ଷ କମ୍ପାନିର ବଜାର ଦର ୭ ବିଲିୟନ ୟୁଏସ ଡଲାର ଥିବା ବେଳେ ଚଳିତଥର ୧୦ ବିଲିୟନରେ ପହଞ୍ଚିଛି । ଏସବୁ ବ୍ୟତୀତ ଜାପାନ କମ୍ପାନି ସଫ୍ଟବ୍ୟାଙ୍କ ମଧ୍ୟ ପେଟିଏମ କମ୍ପାନିରେ ୧.୪ ବିଲିୟନ ଡଲାର ନିବେଶ କରିଛି । ଏହାଦ୍ୱାରା ଫ୍ଲିପକାର୍ଟ ପରେ ପେଟିଏମ ଦେଶର ଦ୍ୱିତୀୟ ସର୍ବାଧିକ ମାକେର୍ଟ ଭ୍ୟାଲୁ କମ୍ପାନି ଭାବେ ଉଭା ହୋଇଛି ।

ଏହାପୂର୍ବରୁ ପେଟିଏମ କମ୍ପାନିର ଫାଉଣ୍ଡର ବିଜୟ ଶଙ୍କର ଶର୍ମା ନିଜର ୧ ପ୍ରତିଶତ ସେୟାର ବିକିବା ଦ୍ୱାରା କମ୍ପାନିକୁ ୩୨୫ କୋଟି ମିଲିଥିଲା । ଏସବୁ ଭିତରେ ପେଟିଏମକୁ ବ୍ୟାଙ୍କ ପାଇଁ ମଧ୍ୟ ଲାଇସେନ୍ସ ମିଳିଛି । ଏହାଦ୍ୱାରା ପେଟିଏମ ପେମେଣ୍ଟ ବ୍ୟାଙ୍କ, ପେଟିଏମ ମଲ, ପେଟିଏମ ମନି ସାହାଯ୍ୟରେ ଲୋକଙ୍କ ନିକଟରେ ପହଞ୍ଚି ପାରିଛି । ପେଟିଏମ ବ୍ୟାଙ୍କ ହେବା ପରେ ଗୋଟିଏ ବର୍ଷ ମଧ୍ୟରେ ୩୧ଟି ବ୍ରାଞ୍ଚ ଓ ୩୦୦୦ ହଜାର କଷ୍ଟମର ପଏଣ୍ଟ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ଦଶ ଲକ୍ଷ ଗ୍ରାହକ ପେଟିଏମ ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଜମା କଲେ ସଙ୍ଗେସଙ୍ଗେ ୨୫୦ ଟଙ୍କାର କ୍ୟାସବ୍ୟାକ ମିଳିବ ।