ପେଟିଏମ ବ୍ୟବହାର କରୁଛନ୍ତି କି? ଧ୍ୟାନ ଦିଅନ୍ତୁ ନଚେତ ଆପଣ ବି ହୋଇ ପାରନ୍ତି ଠକାମୀର ଶିକାର

ଯଦି ଆପଣ ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ବିଶେଷ ଧ୍ୟାନ ଦେବାର ରହିଛି ଆବଶ୍ୟକ

862

କନକ ବ୍ୟୁରୋ : ବର୍ତମାନ ସମୟରେ ଧିରେ ଧିରେ ମଣିଷ କ୍ୟାସଲେସ ବ୍ୟବସ୍ଥା ଆଡକୁ ଗତି କରିବାରେ ଲାଗିଛି । ତେବେ ସବୁଠାରୁ ତଥା ବହୁଳ ଭାବରେ ପରିଚିତ ଥିବା ଅନଲାଇନ ବ୍ୟବସ୍ଥା ମଧ୍ୟରେ ପେଟିଏମ ମଧ୍ୟ ରହିଛି । ଯଦି ଆପଣ ପେଟିଏମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ବିଶେଷ ଧ୍ୟାନ ଦେବାର ରହିଛି ଆବଶ୍ୟକ । କାରଣ ଏହି ଖବର ଜାଣିବା ପରେ ଆପଣ ବି ହୋଇଯିବେ ଚକିତ । କାରଣ ଏହାରି ମାଧ୍ୟମରେ ଆପଣ ବି ହୋଇ ପାରନ୍ତି ଠକାମୀର ଶିକାର । ମିଳିଥିବା ସୂଚନା ଅନୁସାରେ ଗାଜିୟାବାଦର ଏକ ପେଟିଏମ ବ୍ୟବହାରକାରୀଙ୍କ ନିକଟକୁ ଏକ ଫୋନ କଲ ଆସିଥିଲା । ଏହାପରେ ସେହି ଗ୍ରାହକଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ସେ ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨୯ ତାରିଖରେ ଏକ ଆସିଥିଲା । ଏହାପରେ ସେହି କଲ କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କହିଥିଲେ ଯେ, ଆପଣଙ୍କର ଏକ ଲଟେରୀ ଉଠିଛି । ଏହାପରେ ଫୋନ କଲ କାଟିଦେଇଥିଲେ ।

 

ପରେ ପେଟିଏମ ବ୍ୟବହାରକାରୀ ପ୍ରକୃତରେ କିଏ କଲ କରିଛନ୍ତି ତାହା ଜାଣିବା ପାଇଁ ଆଉ ଥରେ ଫୋନ ଆସିଥିବା ବ୍ୟକ୍ତିଙ୍କ ନିକଟକୁ କଲ କରିଥିଲେ । ତେବେ ଏହାପରେ ତାଙ୍କ ଆକାଉଣ୍ଟରୁ ହଠାତ ଟଙ୍କା କଟିଯାଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସେହି ଫୋନ କଲ ଯାହା ପାଖକୁ ଆସିଥିଲା ସେ ଜଣେ ପୋଲିସ ସବ-ଇନସପେକ୍ଟର । ତେବେ ପୋଲିସ ଅଧିକାରା ହୋଇଥିଲେ ମଧ୍ୟ ଫସିଯାଇଥିଲେ । ଏହାପରେ ସେ ବ୍ୟାଙ୍କରେ ଯାଚଂ କରିବା ପରେ ଜାଣିବା ପାଇଁ ପାଇଥିଲେ ଯେ, ପେଟିଏମ୍ ଏବଂ ଫାଇନାନ୍ସିଆଲ୍ ସଫ୍ଟୱେୟାର୍ ସିଷ୍ଟମ୍ ମାଧ୍ୟମରେ ସପିଂ କରାଯାଇ ଟ୍ରାଞ୍ଜାକସନ୍ ହୋଇଛି । କେବଳ ଏତିକି ନୁହେଁ ସେ ପେଟିଏମ ମାଧ୍ୟମରେ ୨ ଥର ବିଜୁଳି ବିଲ ମଧ୍ୟ ଦେଇଛନ୍ତି ।

 

ତେବେ ଏପରି ଖବର ଜଣାପଡିବା ପରେ ସାରା ସହରରେ ଏହି ଖବର ବିଷୟରେ ଚର୍ଚ୍ଚା ଜୋର ଧରିଛି । ସାଇବର୍ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏସଆଇ ଯେଉଁ ନମ୍ବରକୁ କଲ ବ୍ୟାକ୍ କରିଥିଲେ ତାହା ପେମେଂଟ୍ ସିଷ୍ଟମ୍ ସହ କନେକ୍ଟ ହୋଇ କଟିଗଲା ଏବଂ ଖାତାରୁ ଟଙ୍କା ଚାଲିଗଲା । ଏହି ଖବର ପରେ ଯେଉଁମାନେ ବି ପେଟିଏମ ବ୍ୟବହାର କରୁଛନ୍ତି ସେମାନଙ୍କୁ ସଚେତନତା ହୋଇ ସପିଂ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି ।

ତେବେ ଜାଣିରଖନ୍ତୁ କିପରି ଭାବରେ ବଚିଂବେ ଠକାମୀର ଶିକାରରୁ….
ସବୁ ଟ୍ରାଞ୍ଜାକ୍ସନ୍ ପରେ ଲଗ ଆଉଟ୍ କରନ୍ତୁ ।
ନେଟ୍ ବ୍ୟାଙ୍କିଙ୍ଗ୍ ସମୟରେ ପାସୱର୍ଡ ମଜଭୂତ ରଖନ୍ତୁ ।
ଅନଲାଇନ୍ ସପିଂ କରିବା ସମୟରେ ଆପ୍ଲିକେସନ୍ କମ୍ପ୍ୟୁଟରରେ କୌଣସି କୋର୍ଡ ସଂଚୟ କରନ୍ତୁ ନାହିଁ ।
ପ୍ରତିମାସରେ ନେଟବ୍ୟାଙ୍କିଙ୍ଗ୍ , ଇମେଲ୍, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡର ପାସୱର୍ଡ ପରିବର୍ତ୍ତନ କରନ୍ତୁ ।
ଅନଲାଇନ୍ ପେମେଂଟ୍ ସଫ୍ଟୱେୟାରରେ ସବୁବେଳେ ଲଗଇନ୍ ରୁହନ୍ତୁ ନାହିଁ

ଯଦି କୌଣସି ସ୍କିମ୍ ପାଇଁ କଲ୍ ଆସୁଛି ତେବେ କଲ୍ ବ୍ୟାକ୍ କରନ୍ତୁ ନାହିଁ ।