ସନ୍ନି ଲିଓନିଙ୍କ ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ତୁଳନା କଲେ ଏହି ଅଭିନେତ୍ରୀ, ଟ୍ୱିଟରରେ ଦେଲେ ଅଶ୍ଳୀଳ ଓ ବିବାଦୀୟ ମନ୍ତବ୍ୟ 

467

ସକ୍ରିୟ ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ପ୍ରବେଶ କରିବା ପରେ ତାଙ୍କୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛି ତାଙ୍କ ପ୍ରବେଶକୁ ସମର୍ଥନ ଜଣାଇବା ସହ କିଛି ତାଙ୍କ ପ୍ରବେଶକୁ ବିରୋଧ କରିବା ସହ ସମାଲୋଚନା କରୁଥିବା ଦେଖାଯାଇଛି । ପୂର୍ବରୁ ବିଜେପି ପକ୍ଷରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ସମାଲୋଚନା କରାଯାଇଥିବା ବେଳେ ଏବେ ଜଣେ ଅଭିନେତ୍ରୀ ତାଙ୍କୁ ଟ୍ୱିଟ କରି ସମାଲୋଚନା କରିଛନ୍ତି । ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀ ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ଏବଂ ଅଶ୍ଲୀଳ ମନ୍ତବ୍ୟ ଦେଇଥିବା ଦେଖାଯାଇଛି ।

ନିଜ ଟ୍ୱିଟରରେ, ଲୋକେ କୁହନ୍ତି କି ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଲାଲବାହାଦୂର ଶାସ୍ତ୍ରୀଙ୍କ ହତ୍ୟା କରିଥିଲେ । ଏହା ସହ ନିଜ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲେ । ଆମେ କ’ଣ ପୁଣି ଥରେ ଜଣେ ହତ୍ୟାକାରୀଙ୍କୁ ଶାସନରେ ଆଣିବା କି ? ଏକା ରକ୍ତ ଯେହେତୁ କାମ ମଧ୍ୟ ଏକା ହୋଇଥିବ ବୋଲି ସେ ଲେଖିଛନ୍ତି ।

ଏହା ସହ ପ୍ରିୟଙ୍କାଙ୍କୁ ସନ୍ନି ଲିଓନିଙ୍କ ସହ ତୁଳନା କରି ଦୁହିଁଙ୍କୁ ଏକା ସାଙ୍ଗରେ ଠିଆ କରାଇଦିଅ । ଦୁହେଁ ନିଜ ନିଜର ବେଡରୁମ୍ ଷ୍ଟୋରି ସେୟାର କରିବା ସହ ନିଜ ନିଜର ସ୍ୱାମୀ ମାନଙ୍କୁ ପ୍ରମୋଟ କରିବେ । ସେମିତି ବି ଭାରତୀୟମାନଙ୍କୁ ଗୋରା ଚମଡ଼ା ପସନ୍ଦ ଏବଂ ମାଗଣାରେ ସେକ୍ସ ଉପରେ ମଧ୍ୟ ଜ୍ଞାନ ମିଳିଯିବ ବୋଲି ପାୟଲ ଟୁଇଟ୍ କରି ଲେଖିଥିବା ଦେଖାଯାଇଛି । ତାଙ୍କର ଏହି ଟୁଇଟ୍ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ପାୟଲଙ୍କ ଏଭଳି ମନ୍ତବ୍ୟ ପାଇଁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।