ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ! ପିଣ୍ଡଦାନ ପରେ ସିଂହଦ୍ୱାର ସମ୍ମୁଖରେ ବଡ ବଡୁଆ ଡାକ

211

କନକ ବ୍ୟୁରୋ : ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ପୁରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶିପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଛନ୍ତି । ମହାଳୟା ତିଥିରେ ପିତୃପୁରୁଷଙ୍କ ଆବହ୍ନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳୀ ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ । ସେଥିପାଇଁ କାର୍ତିକ ମାସର ଦୀପାବଳୀରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି । ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ଦୀପାବଳିତ ତିଥିରେ ପୟାଶ୍ରାଦ୍ଧ କରିବା ପାଇଁ ବହୁ ଭକ୍ତ ଛୁଟି ଆସିଥାନ୍ତି ଶ୍ରୀମନ୍ଦିରର ବାଇଶି ପାହାଚକୁ ।